ଗରାପୁର ଶିବାନନ୍ଦ ଆଶ୍ରମରେ କରୋନା ପ୍ରତିଷେଧକ ହୋମିଓପ୍ୟାଥିକ ଔଷଧ ବଂଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତ ବିକାଶ ପରିଷଦ,ବାଣିବିହାର ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏନ.ଏନ.ଏସ.ଓଡିଆ,ସତ୍ୟସାଇ ସେବା ସଂଗଠନ ଓଡିଶା ଓ ଗରାପୁର ଦୀବ୍ୟ ଜୀବନ ସଙ୍ଘର ମିଳିତ ସହଯୋଗରେ କରୋନା ପ୍ରତିଷେଧକ ହୋମିଓପ୍ୟାଥି ଔଷଧ ଆରସେନିକ ଆଲବୋମିନ-୩୦ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ନିମନ୍ତେ ଭୂବନେଶ୍ୱରସ୍ଥିତ ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସପିଟାଲ ଏବଂ ଓଡିଶା ସତ୍ୟସାଇ ସେବା ସଂଗଠନ ଔଷଧ ପ୍ରଦାନ କରିଥିଲେ।ଶିବାନନ୍ଦ ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟସୁରୁପାନନ୍ଦ ସରସ୍ୱତୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଔଷଧ ଲୋକମାନଙ୍କୁ ବଂଟନ କରିଥିଲେ।ବରିଷ୍ଠ ସ୍ତମ୍ବକାର ଶ୍ରୀରାମ ଦାଶ, ମନୋରଞ୍ଜନ ମହାନ୍ତି, ଗୈାରାଙ୍ଗ ନାୟକ, ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପଲ୍ଲବୀ ମହାରଣା, ନଳିନିବିହାରୀ ମହାନ୍ତି, ମହମ୍ମଦ ଆକବର ଅଲ୍ଲୀ, ଧିରେନ ଦାସ, ଭାଗିରଥୀ ଜେନା, ଜ୍ଞାନରଞ୍ଜନ ମହାନ୍ତି, ବ୍ରହ୍ମଚାରୀ ନୃସିଂହ ଭାଇ, କୈଳାସ ଚନ୍ଦ୍ର ରାଉତ, ଗଣେଶ୍ୱର ଦାସ, ଦେବୁ ସାମନ୍ତ, ଅନନ୍ତ ଲେଙ୍କା, ପ୍ରତାପ ରାଉତ, ସତ୍ୟପ୍ରିୟ ଦାସ,ଗୋଲଖ ଚନ୍ଦ୍ର ପଢିହାରୀ ପ୍ରମୁଖ ଆଶ୍ରମର ଅନେକ ଶୁଭେଛୁ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨ହଜାର ପରିବାରକୁ ଔଷଧ ବଂଟନ କରାଯାଇଥିବା ବେଳେ ଆଜି ସୁଦ୍ଧା ୨୦ହଜାର ପରିବାରକୁ ଏହି ହୋମିଓପ୍ୟାଥି ଔଷଧ ବଂଟନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ