ଗରିବ ରୋଗୀଙ୍କୁ ମାଗଣା ମିଳିବ ଇକ୍ମୋ ଚିକିତ୍ସା
ଭୁବନେଶ୍ବର, (ୱାଇଏନ୍ଏସ୍): ଭୁବନେଶ୍ୱର ଏମ୍ସରେ ମାଗଣାରେ ମିଳିବ ଇକ୍ମୋ ଚିକିତ୍ସା। ଏହି ସେବା ରସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ଉପଲବ୍ଧ ହେବ। ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। କୌଣସି ଗରିବ ରୋଗୀଙ୍କ ପାଇଁ ଇକ୍ମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ତେବେ ଗତ ଜୁଲାଇ ୧୫ ତାରିଖରୁ ଇକ୍ମୋ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି।


