ଗର୍ଦିଙ୍ଗିଆରେ ମାଓବାଦୀ ବ୍ୟାନର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡା ଅଂଚଳରେ ମାଓବାଦୀ ବ୍ୟାନର ଦେଖିବାକୁ ମିଳିଛି ।ଏହି ବ୍ୟାନର ଲଗାଇ ମାଓ ମାନେ ବାଲିଗୁଡା ଅଂଚଳରେ ସେମାନଙ୍କ ସ୍ଥିତି ଜାହିର କରିଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଂଚାୟତର ମିଡିଆପାଙ୍ଗା ଠାରୁ ଗର୍ଦିଙ୍ଗିଆ ରାସ୍ତାରେ ଏହି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛ । ଏହି ବ୍ୟାନରରେ ଜନମୁକ୍ତି ଛାପାରେ ସେନାର ୨୨ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସିପିଆଇ ମାଓବାଦୀ ଡିଭିଜନରୁଏହିବ୍ୟନର ଲେଖାଯାଇଛି । ଏହି ବାବଦରେ ବାଲିଗଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଚନ୍ତି ଏହି ବ୍ୟାନର ଲାଗିବା ନେଇ ଆମ ପାଖରେ ଖବର ଅଛି ତଦନ୍ତ କରାଯାଉଛି ବୋଲି କହିଛନ୍ତି ।


