ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ମାଁ ଶ୍ୟାମାକାଳୀଙ୍କ ପାରଳା ସହର ପରିକ୍ରମା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି କାଳୀ ମନ୍ଦିର କମିଟି ତରଫରୁ ଆଜି ଗର୍ଭଣା ସଂକ୍ରାନ୍ତି ତିଥିରେ ମାଁ ଶ୍ୟାମାକାଳୀଙ୍କ ପାରଳା ନଗର ପରିକ୍ରମା କରାଯାଇଛି । କାଳୀ ମନ୍ଦିର କମିଟି ତରଫରୁ ମନୁ ପଟ୍ଟନାୟକଙ୍କ ନେତୃତ୍ୱରେ ମାଁ ଶ୍ୟମାକାଳୀଙ୍କ ଏହି ପରିକ୍ରମା କାଳୀ ମନ୍ଦିର ଠାରୁ ଆରମ୍ଭ କରି ସହରର ସମସ୍ତ ସାହି ,ମୁଖ୍ୟ ବଜାର ଆଦି ପରିକ୍ରମା କରାଯାଇଛି । ଘଣ୍ଟ,ତାଳ,ଶଂଖ ଓ ହୁଳହୁଳି ଆଦିରେ ପ୍ରତ୍ୟେକ ସାହିରେ ଭକ୍ତମାନେ ମାଁଙ୍କୁ ନିମନ୍ତ୍ରଣ କରି ପୂଜା କରିଥିଲେ ।


