ଗହମ ପ୍ରଦାନକୁ ନେଇ ଦ୍ଵନ୍ଦ ରେସନ କାର୍ଡ ହିତାଧିକାରୀ ହନ୍ତସନ୍ତ
ନିମାପଡ଼ା,(ସନ୍ତୋଷ ଦାଶ):କୌଣସି ବ୍ୟକ୍ତି ଯେପରି ଅନାହାର ରେ ନ ରହିବେ ସେଥିପାଇଁ କେନ୍ଦ୍ର ସରକାର ନିଶ୍ଚିତ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି ଗରିବ ଶ୍ରେଣୀ ର ପରିବାର କୁ ମାସକୁ ମୁଣ୍ଡ ପିଛା ୫ କିଗ୍ରା ଆକାର ରେ ଖାଦ୍ୟ ଶସ୍ୟ (ଚାଉଳ ଓ ଗହମ) ମାଗଣା ରେ ଯୋଗାଇ ଦେଇ ଆସୁଛନ୍ତି। ଗତ ୩ ବର୍ଷ ହେବ ରାସନ କାର୍ଡ ହିତାଧିକାରୀ ମାନଙ୍କୁ କେବଳ ଚାଉଳ ପ୍ରଦାନ କରାଯାଇଆସୁଛି। ଚଳିତ ଅକ୍ଟୋବର, ନଭେମ୍ୱର ଓ ଡିସେମ୍ବର ମାସ ରେ ହିତାଧିକାରୀ ମାନଙ୍କୁ ଗହମ ଓ ଚାଉଳ ପ୍ରଦାନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଘୋଷଣା କରିଥିଲେ। ତଦନୁସାରେ ଚଳିତ ବର୍ଷ ଅକ୍ଟୋବର ,ନଭେମ୍ୱର, ଡ଼ିସେମ୍ବର ମାସ ରେ ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ର ବିଭିନ୍ନ ସ୍ଥାନରେ ରହିଥିବା ଡିଲର ମାନେ ରାସନ କାର୍ଡ ହିତାଧିକାରୀ ମାନଙ୍କୁ କେବଳ ଚାଉଳ ପ୍ରଦାନ କରିଛନ୍ତି।କୌଣସି ଜଣେ ପରିବାର କୁ ଗହମ ପ୍ରଦାନ କରାଯାଇନାହିଁ। ଫଳରେ ବୃଦ୍ଧ ବୃଦ୍ଧା, ବିଭିନ୍ନ ରୋଗ ରେ ପୀଡ଼ିତ ବ୍ୟକ୍ତି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ରୁଟି ଖାଉଥିବାବେଳେ ମାଗଣା ଗହମ ମିଳୁ ନ ଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ରୁ ହିତାଧିକାରୀ ମାନଙ୍କୁ ଚାଉଳ ସହିତ ଗହମ ପ୍ରଦାନ କରାଯିବ। ଏବେ ପ୍ରଶ୍ନ ଉଠିଛି ଚଳିତ ବର୍ଷ ଅକ୍ଟୋବର, ନଭେମ୍ୱର ,ଡ଼ିସେମ୍ବର ମାସ ରେ ହିତାଧିକାରୀ ମାନଙ୍କୁ ଗହମ ବଦଳରେ ଚାଉଳ ମିଳିବ କି ଏହି ସବୁ ମାସର ଗହମ ଆସନ୍ତା ଜାନୁଆରୀ ମାସରେ ସେହି ମାସ ର ଗହମ ସହିତ ଏକତ୍ର ମିଳିବ ତାହା କେହି କହି ପାରୁନାହାଁନ୍ତି। ଯଦି ଏହି ତିନି ମାସ ର ଗହମ ବଦଳରେ ଚାଉଳ ମିଳିବ ତେବେ ପୁଣି ଥରେ ହିତାଧିକାରୀ ମାନେ ଡିଲର ପଏଣ୍ଟ କୁ ଯାଇ ଧାଡ଼ି ରେ ଲାଇନ ଲଗାଇ ହନ୍ତସନ୍ତ ହେବେ।ଏ ସରକାର ରେଶନ କାର୍ଡ ହିତାଧିକାରୀ ମାନଙ୍କୁ ଭୁଆଁ ବୁଲାଇବା ସହ ହନ୍ତସନ୍ତ କରୁଛନ୍ତି ।ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ମଧ୍ୟରେ
ତାଳମେଳ ରହୁନଥିବାରୁ ସରକାର କିପରି ଚାଲୁଛି ଜନସାଧାରଣ ଭଲ ଭାବରେ ଜାଣି ଗଲେଣି ବୋଲି ବିରୋଧୀ ବିଜେଡ଼ି ନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ କଟାକ୍ଷ କରିଛନ୍ତି।