ଗାଁକୁ ରାସ୍ତାନାହିଁ ବର୍ଷା କାଦୁଅରେ ଯିବା ଆସିବା କରୁଛନ୍ତି ୭ ଖଣ୍ଡ ଗ୍ରାମର ଲୋକ

ମୋହନ, (ଅଂଶୁମାନ ପଣ୍ଡା):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଆସୁଛି ଅନେକ ପ୍ରକାର ହେଲେ ସଠିକ ଜାଗାରେ ପହଂଚି ପାରୁନି । ନା କୁ ମାତ୍ର ଯୋଜନା । ଦେଶ ସ୍ୱାଧୀନ ହେବାର ୭୪ବର୍ଷ ପୁରିଥିଲେ ମଧ୍ୟ ଏବେଭି ଲୋକଙ୍କ ସମସ୍ୟା ସମାଧାନ ହେଉନି । ଏପରି ଗାଁ ଯାହା କି ମୋହନା ବ୍ଲକ ଠାରୁ ମାତ୍ର୧୩ କିମି ଦୁର ଲୁହାଗୁଡି ପଞ୍ଚାୟତଠାରୁ ଦୁଇ କିମି ଦୁରରେ ଅବସ୍ତିତ କେଚାପଙ୍କା ଗାଁ ରହିଛି ।ଏଠି ବସବାସ କରୁଥିବା ୭୦ ପରିବାର ରାସ୍ତାର ଦୁରବସ୍ଥା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏହି ରାସ୍ତା ଉପରେ ୭ଟି ଗାଁ ନିର୍ଭୟ କରନ୍ତି କେଚାପଙ୍କା, ଟିଆମା, ରାମଚନ୍ଦ୍ରପୁର, ଶ୍ୟାମଚନ୍ଦ୍ରପୁର ସମେତ ପ୍ରାୟ ୭ ଖଣ୍ଡ ଗାଁର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରିଛନ୍ତି ଏହି ରାସ୍ତାକୁ । ହେଲେ ଏହି ରାସ୍ତା ପାଇଁ ବାରମ୍ବାର ଦାବିକରି ଆସୁଥିଲେ ଆଜିଯାଏ ଗାଁକୁ ପକ୍କା ରାସ୍ତାଟିଏ ହୋଇପାରୁନାହିଁ । ବର୍ତମାନ ଲଗାଣ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ହୋଇଥିବା ବେଳେ ରାସ୍ତାରେ ଚାଲିକି ଯିବା ମୁସ୍କିଲ ହୋଇଛି ଏପରିକି ବିଦ୍ୟାଳୟ ସମୟରେ ମଧ୍ୟ ପିଲା ମାନେ ଏହି କାଦୁଅ ରାସ୍ତାରେ ଯାତୟତ କରୁଛନ୍ତି । ଗାଁ ର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ବାପା ବର୍ଷା ଝଡ଼ରେ ଭି ବିଦ୍ୟାଳୟ ଛାଡ଼ୁଥିଲେ। ନିଜେ ଜିଲ୍ଲାପାଳ ଉକ୍ତ ଛାତ୍ରୀଙ୍କୁ ଭଲପାଠ ପଢିବା ପାଇଁ ସାହାର୍ଯ୍ୟ କରିଛନ୍ତି ଯଦି ଗାଁ କୁ ଭଲରାସ୍ତା ଖଣ୍ଡେ ହୋଇଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଗ୍ରାମବାସୀ। ଏ ନେଇ ମୋହନା ବିଡ଼ିଓ ବଂଶୀଧର ଖୁସଲାଙ୍କୁ ପଚାରିବାରୁ କହିଛନ୍ତି, ତୁରନ୍ତ ମନରେଗା ଯୋଜନାରେ ରାସ୍ତା ମରାମତି କରାଯିବ ନଚେତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ପକାରାସ୍ତା ଦିଆଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ