ଗାଁସାଥି ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ୨୩ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗାଁସାଥି ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାରିଙ୍ଗବାଡ଼ି ବିଡ଼ିଓ କଳାକୃଷ୍ଣ ପ୍ରଧାନ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ୨୩ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଂଘର କର୍ମକର୍ତା ମାନେ ଶିବ ମନ୍ଦିର ସାହି ଠାରୁ ଏକ ରାଲି ରେ ବାହାରି ଚାରି ଛକ ଦେଇ ବ୍ଲକ କାର୍ଯ୍ୟଲୟରେ ପହଂଚି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ମୁତାବକ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହ ମାସିକ ୮ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ, ସମସ୍ତ ଗାଁ ସାଥି ଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନର ନିଶ୍ଚିନ୍ତ କର୍ମ ଯୋଗାଣ ନଚେତ ସେହି ଅନୁସାରେ ବେକାରୀ ଭତା ପ୍ରଦାନ, ଗାଁ ସାଥି ମାନଙ୍କୁ ୨୦ ହଜାର ଲେଖାଏଁ କୋଭିଡ ସହାୟତା ପ୍ରଦାନ, ସମସ୍ତ ଜବ କାର୍ଡ଼ ଧାରୀ ଙ୍କୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର କାମ ଯୋଗାଣ, ୨୧୫ ଟଙ୍କା ଦୈନିକ ମଜୁରୀ ବୃଦ୍ଧି କରାଯାଇ ୩୦୦ ଟଙ୍କା ପ୍ରଦାନ, ଶ୍ରମିକ ମାନଙ୍କୁ ସଂରକ୍ଷଣ ଅନୁସାରେ ମଜୁରୀ ପ୍ରଦାନ କରାନଯାଇ ସମସ୍ତଙ୍କୁ ସମାନ ସମୟରେ ମଜୁରୀ ପ୍ରଦାନ, ଗାଁ ସାଥି ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା, ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିଥିବା କୋଭିଡ଼ ସହାୟତା ରାଶି ଶୀଘ୍ର ପ୍ରଦାନ,ଗାଁସାଥି ମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ପ୍ରାପ୍ୟ ପ୍ରଦାନ ଭଳି ୨୩ ଗୋଟି ଦାବି କରିଛନ୍ତି ଗାଁସାଥି ସଂଘ । ବିଡ଼ିଓଙ୍କୁ ସ୍ମାରକପତ୍ର ଦେବା ସମୟରେ ସଂଘ ସଭାପତି ତ୍ରିଲୋଚନ ନାୟକ , ଉପସଭାପତି କେଶବ ପ୍ରଧାନ, ସମ୍ପାଦକ ନକୁଳ ପ୍ରଧାନ, ସହସମ୍ପାଦକ ରଞ୍ଜିତ ପ୍ରଧାନ, କୋଷଧକ୍ଷ ଜୀବନ ମୁଠାମାଝୀ ସମେତ ୨୫ ଗୋଟି ପଞ୍ଚାୟତର ଶତାଧିକ ଗାଁସାଥି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ