ଗାଁସାଥୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଚଳିତବର୍ଷ ଫେବୃୟାରୀ ୩ରୁ ଲୋୟର ପିଏମ୍ଜିସ୍ଥିତ ଗାନ୍ଧି ମାର୍ଗରେ ଆରମ୍ଭ ହୋଇଥିବା ଗାଁସାଥୀ ଆନ୍ଦୋଳନ ଗତ ୩ ତାରିଖରୁ ସ୍ଥଗିତ ରଖାଗଲା ବୋଲି ଏକ ସ୍ୱତନ୍ତ୍ର ପ୍ରେସ୍ ବିଜ୍ଞପ୍ତି ଜରିଆରେ ସଂଘ ତରଫରୁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ଗାଁସାଥୀ ଟେଣ୍ଟରେ ‘ଗାଁସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି’ ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଆନ୍ଦୋଳନର ଫଳାଫଳ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା । ଆଲୋଚନାର ନିଷ୍କର୍ଷ ଅନୁଯାୟୀ ଶ୍ରୀ ବିଶ୍ୱାଳ କହିଲେ ଯେ ଚଳିତ ମାର୍ଚ୍ଚ ମାସ ୬ ତାରିଖ ଦିନ ବିଭିନ୍ନ ସଂଘର ଫଳାଫଳ ସରକାର ଘୋଷଣା କରିବେ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ ହୋଇଛି । ସେ ଦିନ ଗାଁସାଥୀଙ୍କର କିଛି ସଫଳତାର ପ୍ରସଙ୍ଗ ମଧ୍ୟ ସରକାର ଘୋଷଣା କରିବେ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ଯାଜପୁର,ପ୍ରମୁଖ ସଚିବ ପଞ୍ଚାୟତିରାଜ ବିଭାଗ ଡି.କେ. ସିଂହ ମହୋଦୟ, ନିର୍ଦ୍ଦେଶକ ମନରେଗା ପ୍ରେମଚନ୍ଦ୍ର ଚୌଧୁରୀ, ଅତିରିକ୍ତ ସଚିବ (ମନରେଗା) ମାନସ ରଞ୍ଜନ ଦେବତାଙ୍କ ଉପରେ ପୂର୍ଣ୍ଣ ଭରଷା ଓ ଦୁଇମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଆଧ।।ର କରି ଆଜି ଗାଁସାଥୀ ଆନ୍ଦୋଳନରୁ ଓହରି ଯାଇଛନ୍ତି ବୋଲି ଶ୍ରୀ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ସହିତ ସର୍ବନିମ୍ନ ମାସିକ ୬ ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରଦାନ ସମେତ ୪ ଦଫା ଦାବି ହାସଲ ପାଇଁ ଗତ ୧୧ବର୍ଷ ଧରି ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ସଂଗ୍ରାମ ଜାରି ରଖିଛି ଗାଁସାଥୀ ସଂଘ । ଏଠାରେ ପ୍ରକାଶଯୋଗ୍ୟ ଯେ, ସରକାର ଯଦି ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଗାଁସାଥୀଙ୍କ ଦାବିକୁ ହୃଦୟତାର ସହିତ ବି·ର ନକରନ୍ତି, ତେବେ ଏକକାଳୀନ ୬୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ପରିବାର ରୋଜଗାର ପାଇଁ ବାଧ୍ୟ ହୋଇ ସଂଘବଦ୍ଧ ଭାବେ ଓଡ଼ିଶା ଛାଡ଼ିବେ ବୋଲି ଗାଁସାଥୀ ସଂଗଠକ ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ଚରଣ ସ୍ୱାଇଁ, ଗଗନଧର ସାହୁ, ବିଦ୍ୟାଧର ଭୋଇ, ପିନୁଅପା ଓ ଅନ୍ୟ ଶତାଧିକ ଗାଁସାଥୀ ଜଣାଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ