ଗାଁ ଦାଣ୍ଡ ରେ ସଧବା ମହିଳା ଙ୍କ ପନ୍ଥେଇ ପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଚୈତ୍ର ମାସ ର ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ସଧବା ମହିଳା ମାନେ ଚୈତ୍ର ମଙ୍ଗଳବାର ବ୍ରତ ରଖି ଗାଁ ଦାଣ୍ଡ ରେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ବିଧାନ ପାଇଁ ପନ୍ଥେଇ ପୂଜା କରିଛନ୍ତି।ଗାଁ ଦାଣ୍ଡ ରେ ପନ୍ଥେଇ ଖୋଳି ପ୍ରାତଃ ରୁ ସ୍ନାନ କରି ଏହି ପୂଜା କରିଥିଲେ। ପନ୍ଥେଇ ଦେହରେ ହଳଦୀ ପାଣି ଢ଼ାଳି ସିନ୍ଦୂର, କଜଳ ପିନ୍ଧାଇ, ଫୁଲ, ଆମ୍ବ କଷି ଦେଇ ପନ୍ଥେଇ ନିକଟରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ଲାଗି କରି ପୂଜା କରିଥିଲେ। ପନ୍ଥେଇ ପୂଜା ପ୍ରକୃତରେ ମା ମଙ୍ଗଳା ଙ୍କ ପୂଜା। ଅତୀତ ରେ ଚୈତ୍ର ମଙ୍ଗଳବାର ଦିନ ସମସ୍ତେ ମା ମଙ୍ଗଳା ଙ୍କ ନିକଟକୁ ଯାଇପାରୁନ ଥିଲେ। ଏଣୁ ମା ମଙ୍ଗଳା ଙ୍କ ପ୍ରତିନିଧି ଭାବେ ଗାଁ ଦାଣ୍ଡ ରେ ପନ୍ଥେଇ ଖୋଳି ସଧବା ମହିଳା ମାନେ ଚୈତ୍ର ମଙ୍ଗଳ ବାର ବ୍ରତ ରଖି ପୂଜା କରୁଥିଲେ। ଯାହା ଆଜି ବି ପାଳିତ ହୋଇଆସୁଛି। ଚୈତ୍ର ମାସ ର ପାଞ୍ଚ ମଙ୍ଗଳବାର ପନ୍ଥେଇ ପୂଜା ଅନୁଷ୍ଠିତ ହୋଇଥାଏ। ପନ୍ଥେଇ ପୂଜା ପାଇଁ ଗାଁ ଗଣ୍ଡା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ