ଗାଁ ମହିଳାଙ୍କ ଦ୍ୱାରା ମଦ ଓ ମଦରନ୍ଧା ସାମଗ୍ରୀ ଜବଦ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଆନନ୍ଦପୁର ଥାନା ବାହିଆ, ମଲାରପଦା, ପଣଷଡିଆ ସାହି ଓ ଡଙ୍କିଆ ସାହିର ମହିଳାମାନେ ଆଜି ମଧ୍ୟାହ୍ନରେ ନିକଟସ୍ଥ ସରେଇସାହିରେ ଚଢ଼ାଉକରି ବିପୁଳ ପରିମାଣର ମଦରନ୍ଧା ସାମଗ୍ରୀ ଜବଦ କରିଛନ୍ତି । ବଡି ଭୋର ଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଦେଶିମଦ ବିକ୍ରୀ ହେଉଥିବାରୁ ସମଗ୍ର ଅଞ୍ଚଳରେ ମଦ୍ୟପଙ୍କ ଭିଡ ଜମୁଛି । ଏବେ କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ ସମସ୍ତ ସରକାରୀ ସ୍ୱିକୃତିପ୍ରାପ୍ତ ମଦଦୋକନ ବନ୍ଦ ଥିବାରୁ ଏହାର ଫାଇଦା ଉଠାଉଛନ୍ତି କିଛି ଚୋରା ମଦବ୍ୟବସାୟୀ । ଯାହାଫଳରେ ବହୁଲୋକ କରୋନା ଲକଡାଉନକୁ ଖାତିର ନକରି ଏହି ଚେରା ଦେଶିମଦ ଖାଇ ନାନା ଅଶାନ୍ତି ସୃଷ୍ଟି କରୁଛନ୍ତି । ସରେଇ ସାହିରେ ୪/୫ଜଣ ବ୍ୟକ୍ତି ଦେଶୀ ମଦ ପ୍ରସ୍ତୁତକରି ଖୁଲାମଖୁଲା ବିକ୍ରୀ କରୁଛନ୍ତି । ଫଳରେ ଦୈନିକ ଶହଶହ ଲୋକ ଏଠାକୁ ଯାଇ ଚୋରାଦେଶି ମଦ ପିଇ ଗାଁ ଗଣ୍ଡାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏନେଇ ପୁଲିସ ଓ ଅବକାରୀ ବିଭାଗକୁ ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ । ଏହାକୁ ନେଇ ବାହିଆ, ମହ୍ଲାରପଦା, ଡଙ୍କିଆସାହିର ଆଦି ଗ୍ରାମର ଜହ୍ନ ପାଲିଆ, ପୁନିଆଁ ନାଏକ, ଗୋଲାପ ନାଏକ, ଅଳତୀ ପାଲିଆ, ସଞ୍ଜୁ ପାଲିଆ, ରୁନୁ ନାଏକ, ମୋହନୀ ନାଏକ, ରଞ୍ଜୁ ନାଏକ, ହାର ନାଏକ, ବାସନ୍ତୀ ନାଏକ, ସାରତୀ ନାଏକ, ସୁନେଇଁ ମଢ଼େଇ, ଜୟନ୍ତୀ ନାଏକ, କୁନି ନାଏକ, ରୁନି ନାଏକ, ମମତା ପାତ୍ର, ସାବିତ୍ରୀ ପାଲିଆ, ଗୌରୀ ପାଲିଆ, ବାଙ୍କ ମହାରଣାଙ୍କ ସମେତ ଶତାଧିକ ମହିଳା ଏହି ଚୋରାମଦ ଭାଟିକୁ ଭାଙ୍ଗିବାକୁ ନିଷ୍ପତି ନେଇ ହାତରେ ଠେଙ୍ଗାବାଡି ଧରି ଏହି ମଦ କାରଖାନା ଉପରେ ଚଢ଼ାଉ କରିଥିଲେ । ସେମାନେ ଅନେକ ପୋଚ ନଷ୍ଟ କରିଥିବାବେଳେ ୧୫ଟି ବ୍ୟାରେଲ, ୪୦କେଜିରୁ ଉର୍ଦ୍ଧ ମହୁଲ, ବହୁ ପରିମାଣର ବଟିକା ଓ ଚେର ମୁଳି ଆଦି ଜବଦ କରିଥିଲେ । ବାରମ୍ବାର ସେମାନଙ୍କୁ ମଦ ନରାନ୍ଧିବା ପାଇଁ ମହିଳାମାନେ ତାଗିଦା କରୁଥିଲେ ମଧ୍ୟ ସେମାନେ ଗୁରୁତ୍ୱ ନଦେଇ ମଦ ରାନ୍ଧୁ ଥିବାରୁ ମହିଳା ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଅବକାରୀ ଓ ପୁଲିସ ବିଭାଗ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ