ଗାଙ୍ଗପୁରରେ ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସଂକୀର୍ତ୍ତନ ଭଳି ଲୋକକଳା ଦିନକୁ ଦିନ ହଜି ଯିବାକୁ ବସିଥିବା ବେଳେ ଏହାକୁ ଉଜ୍ଜୀବିତ କରି ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମବାସୀ I ପୂର୍ବରୁ ଏହି ଗ୍ରାମରେ ରହିଥିବା ସ୍ଵପ୍ନେଶ୍ଵର ସଂକୀର୍ତ୍ତନ ମଣ୍ଡଳୀ ଜିଲ୍ଳା ଏବଂ ଜିଲ୍ଲା ବାହାରେ ବହୁ ପ୍ରଶଂସା ସାଉଁଟି ଥିବା ବେଳେ ଏହି ସଂକୀର୍ତ୍ତନ ମଣ୍ଡଳୀର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ଗ୍ରାମରେ ସ୍ଵପ୍ନେଶ୍ଵର ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଉଦ୍ଘାଟିତ ହୋଇଯାଇଛି I ସଂକୀର୍ତ୍ତନ ନିର୍ଦ୍ଦେଶକ ଆଦିକନ୍ଦ ସ୍ଵାଇଁ, ପରିଚାଳକ ଶ୍ୟାମସୁନ୍ଦର ବିଷୋୟୀ,ଅଧିକାରୀ ଜୁରିଆ ନାୟକ, ସହ ଅଧିକାରୀ ତୋଫାନ ବିଷୋୟୀ, ଗଙ୍ଗା ଗୌଡ଼, ବସନ୍ତ ଗୌଡ଼, ମାଗି ଗୌଡ଼,ରୋହିତ ନାୟକ ଏବଂ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ନେତୃତ୍ୱରେ ଗ୍ରାମର 28 ଜଣ କୁନି କଳାକାରଙ୍କୁ ନେଇ ଗଠିତ ଏହି ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଆଜି ଆନୁଷ୍ଠାନିକ ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବସନ୍ତ ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ, ଉପସଭାପତି ଧୋବା ନାୟକ, ସମ୍ପାଦକ ପ୍ରଫୁଲ୍ଲ ସ୍ଵାଇଁଙ୍କ ସମେତ ଗ୍ରାମର ପୁରାତନ ଏବଂ ନୂତନ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଶିଶୁ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ପୂରାତନ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନଙ୍କୁ ଉପଢ଼ୌକନ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଗ୍ରାମବାସୀ ପରିଚାଳନା କରିଥିଲେ I