ପାଇଲି ପଡା ପଞ୍ଚାୟତରେ ବିଜେଡିର ମହା ମିଶ୍ରଣ ପର୍ବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପାଇଲିପଡା ପଞ୍ଚାୟତ ନୂଆଗଡ ମାଁ ବ୍ୟାଘ୍ର ଦେବୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ ବିଜେଡିରର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଶତାଧିକ ବିଜେପି କର୍ମୀ ବିଜେଡ଼ି ରେ ଯୋଗ ଦେଇଛନ୍ତି ।ମୁଖ୍ୟଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଶୋୟୀ ଯୋଗ ଦେଇ ବିଜେଡ଼ି ଓ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମିଳିମିଶି କାମ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ l ସତ୍ୱନ୍ତ୍ର ଅତିଥି ଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେବାସହ ନୂତନ କର୍ମୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଭିଡିଓ କନଫରେନ୍ସି ମାଧ୍ୟମରେ ନୂତନ କର୍ମମାନଙ୍କୁ ସ୍ୱାଗତ କରିଥିଲେ ।ଅନ୍ୟତମ ଅତିଥି ରୂପେ ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜ ବିହାରୀ ନାୟକ,ସାଂସଦ ଙ୍କ ପରାମର୍ଶଦାତା ତଥା ଯୁବ ନେତା ନୀଳମଣି ପଟ୍ଟନାୟକ,ଡିଜିଟାଲ ସମ୍ପାଦକ ବିଭୂପାଦ ଜେନା, ଛାତ୍ର ସଭାପତି ଜୋତିରଞ୍ଜନ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ ଓ ସଭ୍ୟା ଲଷ୍ମୀପ୍ରିୟା ବେହେରା,ପୂର୍ବତନ ସମିତି ସଭ୍ୟ ତଥା 47 ନମ୍ବର ଜୋନ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଙ୍କନିଧି ସାହୁ, ସରପଞ୍ଚ ରାଜେନ୍ଦ୍ର ଗୌଡ,ଅନୀଲ ପାଠୀ,ସମିତି ସଭ୍ୟ ଦୂର୍ଗା ମାଧବ ନାୟକ, ପ୍ରଭାତ ସ୍ୱାଇଁ,ତୁଷାର ବିଷୋୟୀ।ପୁର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ,ସିମାଞ୍ଚଳ ବିଷୋୟୀ, ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଆଜିର ମିଶ୍ରଣ ପର୍ବରେ ଦୁଇ ପୂର୍ବତନ ସରପଞ୍ଚ ଜୟରାମ ନାୟକ ଓ ପୂର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ଵାଇଁ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଦୁଇ ଟାଣୁଆ ଯୁବନେତା ରଞ୍ଜିତ ରାଉତ ଓ ଶ୍ରୀଧର ପ୍ରଧାନ ଶତାଧିକ କର୍ମୀଙ୍କ ସହିତ ବିଜେଡ଼ିରେ ଯୋଗଦେଇଥିଲେ lବ୍ଳକ୍ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ପୁଣି ଥରେ ବ୍ଳକ୍ ବିଜେଡି ସଭାପତି ମନୋନୀତ ହୋଇଥିବାରୁ ଯୁବ ବିଜେଡି ଓ ଛାତ୍ର ବିଜେଡି,ଡିଜିଟାଲ ସମ୍ପାଦକଙ୍କ ତରଫରୁ ଶ୍ରୀ ନାୟକଙ୍କୁ ବିଧାୟକଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଗାମୀ ନିର୍ବାଚନରେ ମିଳିମିଶି କାମ କରିବାକୁ ସମସ୍ତ କର୍ମୀ ସଂକଳ୍ପ ନେଇଥିଲେ l ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l


