ଗାଙ୍ଗପୁର ବନାଞ୍ଚଳରେ ରଥ କାଠ ଚିହ୍ନଟ

ବେଲଗୁଣ୍ଠା,(ସନ୍ତୋଷ ବିଷୋଇ):ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତଥା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ବନାଞ୍ଚଳବାସୀଙ୍କ କ୍ଷେତ୍ର ପରିସର ମାଳତୀ,କେଶରାପଲ୍ଲୀ ଜଙ୍ଗଲ ଓ ଶ୍ରଦ୍ଧାଳୁଙ୍କ ବାଡ଼ିବଗିଚାରେ ଥିବା ବୃହତ ଗଣ୍ଡିକୁ ନଜରରେ ରଖି ଆସନ୍ତା ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ରଥ କାଠର ଅନ୍ୱେଷଣ କରାଯାଇଛି I ଏହି ଅବସରରେ ସୁଦୂର ପୁରୀରୁ ଆସିଥିବା ଶ୍ରୀମନ୍ଦିର ପ୍ରଶାସନ ରଥକାଠ ଅନ୍ବେଷଣ ଦଳ 10 ଗୋଟି କାଠ ଗଣ୍ଡି ଚିହ୍ନଟ କରିଛନ୍ତି I ଏହି କାର୍ଯ୍ୟକ୍ରମକୁ ମାଳତୀ ଗ୍ରାମବାସୀଙ୍କ ସମେତ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଡାକୁଆ,ପ୍ରାଶାନ୍ତ କୁମାର ସାହୁ, ବନ କର୍ମଚାରୀ ରାଜେନ୍ଦ୍ର ଗୌଡ଼, ମନୋଜ କୁମାର ନାୟକ, ଶିବ ପ୍ରଧାନ, ଉତ୍ତମ ପ୍ରଧାନ ଓ ଅନ୍ୟାନ କର୍ମଚାରୀ ଗଣ ସହଯୋଗ କରିଥିଲେ I ଗାଙ୍ଗପୁର ବନାଞ୍ଚଳରୁ ରଥ କାଠ ପ୍ରଭୁଙ୍କ ସେବା ପାଇଁ ଯିବା ଖବର ପ୍ରଚାରିତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଭକ୍ତିଭାବ ଜାଗ୍ରତ ହେବା ସହିତ ଅଞ୍ଚଳରେ ଭକ୍ତି ଆସର ସହ ଖୁସିର ଲହରୀ ଖେଳି ଯାଇଛି I

ଫଟୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ