ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ
ଭୁବନେଶ୍ୱର,(ୱାଏନଏସ): ଭୁବନେଶ୍ୱର ପୁରୁଣା ବିଏମସି କାର୍ଯ୍ୟଳୟ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା କୌଣସି ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ଜଣାପଡିଛି । ସରୋଜିନୀ ଜଣେ ରାଜ୍ୟସ୍ତରୀୟ ବକ୍ସିଂ ଓ ଖେଖୋ ଖେଳାଳି ଥିଲେ । ଗତ କିଛି ବର୍ଷ ହେବ ସେ ରାଜଧାନୀରେ ରହିବା ସହ କଟକ ରୋଡ୍ ରେ ଏକ ବାଇକ୍ ସୋ-ରୁମ୍ ରେ କାର୍ଯ୍ୟ କରୁଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


