ଗାଜଲବାଡି ପଞ୍ଚାୟତର ଅପହଞ୍ଚ ଅଞ୍ଚଳ ରାସ୍ତା ବିକାଶ ପାଇଁ ୧୨ କୋଟି ୧୭ ଲକ୍ଷ୍ୟ ଅନୁଦାନ ସୋରଡା ବିଧାୟକଙ୍କ ବଦାନ୍ୟତା

ସୋରଡା,(ରଜନିକାନ୍ତ ମହାପାତ୍ର):ସୋରଡା ବ୍ଲକ ଗାଜଲବାଡ଼ି ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ହୋଇରହିଥିବା ଅଞ୍ଚଳ ମାନଙ୍କୁ ଉତ୍ତମ ରାସ୍ତା ଏବଂ ଆବଶ୍ୟକୀୟ ସୁବିଧା ପାଇଁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଙ୍କ ପ୍ରଚେଷ୍ଟା ଓ ସଫଳତା ପାଇଁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଚଳିତ ବର୍ଷ ଗତ ଜୁନ ମାସ ରେ ଗାଜଲବାଡ଼ି ପଞ୍ଚାୟତ ର ଅପହଞ୍ଚ ଭାବେ ରହିଥିବା ହନୁମନ୍ତା, ବାଜିରିମହା ,ଗଙ୍ଗୁମହା, ଦାଡକିଙ୍ଗି, ପାଜିବିରା, ଦଲାବାଡ଼ି, ବୁଡ଼ରା ଆଦି ଅଞ୍ଚଳ ବାସି ଅପହଞ୍ଚ ହୋଇଥିବା ଜାଣି ସୋରଡା ବିଧାୟକ ନିଜ ସମର୍ଥକ ଙ୍କ ସହ ଯିବାପାଇଁ ସ୍ଥିର କରିଥିଲେ। ଗାଜଲବାଡ଼ି ଠାରୁ ୧୦ କିଲୋମିଟର ଦୂର ରେ ଅବସ୍ଥିତ ଏହି ସବୁ ଗ୍ରାମ। ଏଠାକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଘଞ୍ଚ ଜଙ୍ଗଲ ମଧ୍ୟ ରେ କେବଳ ଗୋଟିଏ ଜଙ୍ଗଲି ପାଦ ଚଲା ରାସ୍ତା । ଅପରାହ୍ନ ୪ ଘଟିକା ହେଲେ ଏଠାରୁ ଆସିବା କଷ୍ଟ। ଜଙ୍ଗଲ ରେ ରାସ୍ତା ଭୁଲିଲେ ଖୋଜିବା ମଧ୍ୟ କଷ୍ଟ। ଏପରି ଏକ ଅପହଞ୍ଚ ଗ୍ରାମ କୁ ଯାଇ ଲୋକଙ୍କ ସୁବିଧା ଓ ଅସୁବିଧା ସବୁ ପଚାରି ବୁଝିଥିଲେ ବିଧାୟକ। ସମସ୍ତ ପ୍ରକାର ସରକାରୀ ସୁବିଧା ରୁ ବଞ୍ଚିତ ଅଛନ୍ତି ଏହି ଗ୍ରାମବାସୀ ଏପରିକି ନିର୍ବାଚିତ ପ୍ରତିନିଧି ଙ୍କୁ ଦେଖିବା ମଧ୍ୟ ଏମାନଙ୍କ ପାଇଁ କଷ୍ଟ । କେମିତି କଣ କରି ପରିବାର ପୋଷଣ କରୁଛନ୍ତି ଏହି ଗ୍ରାମବାସୀ। ଏପରି ଏକ ଅପହଞ୍ଚ ଅଞ୍ଚଳ କୁ ବିଧାୟକ ନିଜ ସମର୍ଥକ ଙ୍କ ସଙ୍ଗେ ଯାଇ ଆସିଲାବେଳେ କିଛି ସମୟ ପରେ ରାସ୍ତା ମଧ୍ୟ ପାସୋରି ଜଙ୍ଗଲ ମଧ୍ୟ ରେ ବୁଲୁଥିଲେ। ଫେରିବାର ବିଳମ୍ୱ ଦେଖି ବନବିଭାଗ ଓ ପୋଲିସ କର୍ମୀ ମାନେ ଅଧା ଜଙ୍ଗଲ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ। ଏହିପରି ଘଞ୍ଚ ଜଙ୍ଗଲ ମଧ୍ୟ ରେ ଥିବା ଲୋକଙ୍କ ସହ ସିଧା ସାକ୍ଷାତ କରିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏଠାକାର ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ ସୋରଡା ବିଧାୟକ ନୀଳମଣି ବିଷୋୟୀ। ରାଜ୍ୟସରକାର ଙ୍କ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଓ ମୁଖ୍ୟ ମନ୍ତ୍ରୀ ରୁରାଲ ଏକ୍ଟିଭିଟୀ ଲାଇନ୍ ତରଫରୁ ବର୍ତ୍ତମାନ ହନୁମନ୍ତା,ବାଜିରିମହା,ଗଙ୍ଗୁମହା,ଦାଡକିଙ୍ଗି,ପାଜିବିରା, ଦଲାବାଡ଼ି, ବୁଡ଼ରା ଏହି ସବୁ ଗ୍ରାମ ରାସ୍ତା ପାଇଁ ୧୨ କୋଟି ୧୭ ଲକ୍ଷ୍ୟ ଓ ୫୬ ହଜାର ଟଙ୍କା ର ଅନୁମୋଦନ ମିଳିଛି। ଏହି ରାସ୍ତା ଗାଜଲ ବାଡ଼ି ପଞ୍ଚାୟତ ର ରାମନାମବାଡ଼ି ଠାରୁ ବାଜିରୀମା ଦେଇ ଏହି ସବୁ ଗ୍ରାମ କୁ ପ୍ରାୟ ୧୦ କିଲୋମିଟର ଘଞ୍ଚ ଜଙ୍ଗଲ ରେ ନିର୍ମାଣ ହେବ। ଏହି ରାସ୍ତା ନିର୍ମାଣ ହୋଇଗଲା ପରେ ଏଠାରୁ ସୋରଡା ଓ ଦାରିଙ୍ଗିବାଡି ର ସୀମାନ୍ତ ବାଇମେଲା କୁ ଏକ ବାଇପାସ୍ ରାସ୍ତା ରୂପେ ବାହାରିବ ଏବଂ ବାଈମେଲା କୁ ସଂଯୋଗ କରିବା ପାଇଁ ଆଉ ୪ ରୁ ୫ କିମି ରାସ୍ତା ନିର୍ମାଣ ର ଆବଶ୍ୟକତା ପଡ଼ିବ। ରାସ୍ତା ନିର୍ମାଣ ପାଇଁ ଘୋଷଣା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ପରେ ଗାଜଲବାଡି ପଞ୍ଚାୟତ ବାସି ଓ ସୋରଡା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ବିଧାୟକ ନୀଳମଣି ବିଷୋୟୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ସମ୍ପର୍କରେ ବିଧାୟକ ନୀଳମଣି ବିଷୋୟୀ ଙ୍କ କହିବା ହେଲା ସୋରଡା ବ୍ଲକ ରେ ବହୁତ୍ ଜାଗା ଏହିପରି ରହିଛି ଏଵଂ ଧୀରେ ଧୀରେ ସବୁ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅନୁରୋଧ ରକ୍ଷାକରି ତ୍ୱରିତ ପଦକ୍ଷେପ ନେଇ ଅନୁଦାନ ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି। ଯଥା ଶୀଘ୍ର ରାସ୍ତା ନିର୍ମାଣ ହେବ ବୋଲି ଗାଜଲବାଡି ପଂଚାୟତ ବାସି ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ