ଗାଡିରେ ଫାସ୍ ଟ୍ୟାଗ୍ ନଥିରେ ଗଣିବାକୁ ହେବ ଦୁଇଗୁଣା ଟଙ୍କା
ନୂଆ ଟ୍ରାଫିକ୍ ନିୟମ କେନ୍ଦ୍ରସରକାର ଲାଗୁ କରିବାପରେ ଏବେ ଗାଡ଼ିରେ ଫାସ୍ ଟ୍ୟାଗ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯଦି ଆପଣଙ୍କ ଗାଡିରେ ଫାସ୍ ଟ୍ୟାଗ୍ ନଥିବା ତାହେଲେ ରବିବାରଠାରୁ ଟୋଲ୍ ଗେଟରେ ହେବ ଦୁଇଗୁଣା ଟଙ୍କା ଏନେଇ ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ୧୫ ଡିସେମ୍ବରରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଟୋଲ୍ ଗେଟରେ ଗହଳି କମାଇବା ତାସହ ଟୋଲ୍ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ୍ କରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।