ଗାଡି ଚାଳକଙ୍କ ପାଇଁ ଫ୍ରି ଏୟାର ଚେକିଂ ସେଣ୍ଟର ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତଥା ବନ୍ତ-ବାରିକପୁର ରାସ୍ତାର ତରାପୁରସ୍ଥିତ ମା’ବେଲେଶ୍ୱରୀ କିଷାନ ସେବା କେନ୍ଦ୍ର(ଇଣ୍ଡିଆନ୍ ଅଏଲ) ପକ୍ଷରୁ ଗାଡି ଚାଳକଙ୍କ ପାଇଁ ଫ୍ରି ଏୟାର ଚେକିଂ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ଅମର କୁମାର ପାତ୍ର ଓ ସେଲ୍ସ ଅଫିସର ତୁଷାରକାନ୍ତ ସାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଘାଟନୀ ଦିବସରେ ସାମ୍ବାଦିକ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ସୁକାନ୍ତ କୁମାର ଜେନାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ କିଷାନ କେନ୍ଦ୍ରକୁ ଆସୁଥିବା ସମସ୍ତ ପ୍ରକାର ଦୁଇ ଚକିଆ ଓ ଚାରି ଚକିଆ ଯାନ ଗୁଡିକର ଫ୍ରି ଏୟାର ଚେକିଂ କରାଯାଇଥିଲା । ଏହି ଚେକିଂ ସେଣ୍ଟର ପ୍ରତିଷ୍ଠା ଫଳରେ ଗାଡି ଚାଳକ ମାନେ ମାଗଣାରେ ନିଜ ଗାଡିର ଏୟାର ଚେକିଂ କରିପାରିବେ ବୋଲି ଶ୍ରୀ ପାତ୍ର କହିଥିଲେ ।