ଗାଡି ଜବଦ କରିବାବେଳେ ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର

ହାଟଡ଼ିହି, (ବିକାଶ ବିଶ୍ୱାଳ): ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିବାକୁ ଯାଇଥିବାବେଳେ ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଯାଇଥିବା ଜଣାଯାଇଛି । ପ୍ରାପ୍ତ ସୁଚନାରୁ ଜଣାଯାଇଛି ଯେ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ଆଜି ଅଣା ସମଣା ରାସ୍ତାରେ ଯାଉଥିବାବେଳେ ଟୁକୁଣା ପଡିଆ ନିକଟରେ ଏକ ବାଲିବୋଝେଇ ଟ୍ରାକ୍ଟରକୁ ଦେଖି ତାର କାଗଜପତ୍ର ମାଗିଥିଲେ । ଗାଡିର କୌଣସି କାଗଜପତ୍ର ନଥିବାବେଳେ ଗାଡି ଚାଳକ ବାଲିର ପରମିଟ ମଧ୍ୟ ଦେଖାଇ ପାରିନଥିଲା । ଏହି ସମୟରେ ଟ୍ରାକ୍ଟର ମାଲିକ ବୋଲାଉଥିବା ଅଣତିରା ଗ୍ରାମର ଜଣେ ବ୍ୟକ୍ତି ଆସି ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର କରିଥିଲା । ଏହାଦେଖି ସ୍ଥାନୀୟ ଲୋକମାନେ ଆସି ସଂପୃକ୍ତ ଟ୍ରାକ୍ଟର ମାଲିକକୁ ବାରଣ କରିଥିଲେ । ଖବର ପାଇବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକକୁ ଥାନାକୁ ଆଣି ପଚରା ଉଚୁରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ