ଗାଡି ଡ଼ିକି ଭାଙ୍ଗି ଦେଢ଼ ଲକ୍ଷଟଙ୍କା ଲୁଟ୍‌ : ପୋଲିସର ତଦନ୍ତ ଜାରି

ଛତ୍ରପୁର, (ଓ୍ବାଇଏନଏସ): ଦିନ ଦ୍ବିପହରରେ ଗାଡି ଡ଼ିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ l ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ସବ ରେଜିଷ୍ଟର ଅଫିସ ସମ୍ମୁଖରେ ଘଟିଛି ଘଟଣା l ଛତ୍ରପୁର ନ୍ୟୁ ପୋଲିସ ଲାଇନର ପୂର୍ଣ୍ଣ ଚନ୍ଦ୍ର ସେନାପତି ନିଜ ଗାଡ଼ି ଡ଼ିକି ରେ ୨ ଲକ୍ଷ ୫୦ ହଜାର ଟଙ୍କା, ବ୍ୟାଙ୍କ ଅଫ ବୋରଦା ବ୍ୟାଙ୍କ ଖାତା ଓ ଚେକ ବୁକ ରଖିଥିଲେ l ସେ ଜଣେ ଜମି ବ୍ୟବସାୟୀ କରବାର କରୁଥିବାରୁ ଜଣେ ବ୍ୟକ୍ତି ତାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ | ପରେ ସେ କିଛି ସମୟ ତଳେ ସେହି ଟଙ୍କାରୁ ୧ ଲକ୍ଷ ଟଙ୍କା ଅନ୍ୟ ଜଣଙ୍କୁ ଦେବାସହ ଗାଡି ଡ଼ିକି ରେ ବଳକା ଟଙ୍କା ରଖି ସେ ସବ ରେଜିଷ୍ଟର ଅଫିସ ଭିତରକୁ ଯାଇଥିବା ବେଳେ ପରେ ଗାଡି ଡ଼ିକିରେ ଥିବା ଦେଢ଼ ଲକ୍ଷ ଟଙ୍କା ସମେତ ବ୍ୟାଙ୍କ ଖାତା ଓ ଚେକ କୁ କେହି ଦୁର୍ବୁତ୍ତ ଲୁଟି ନେଇଥିବା ଜଣା ପଡିଛି l ଏହାର ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଜାରି ରଖିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ