ଗାଡି ପୋଡି, ଜଣେ ଅଟକ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବାଙ୍କବଜାର ନିବାସୀ କେ.ଲବ ପାତ୍ରଙ୍କ ସ୍କୁଟିଟିକୁ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୁର୍ତ୍ତ ପୋଡିଦେଇଥିବା ଅଭିଯୋଗ ହୋଇଛି ।ସବୁଦିନ ପରି ଲବ ପାତ୍ର ତାଙ୍କ ହୋଣ୍ଡା ଏକ୍ଟିଭା (ଓଡି୦୭ଏଚ୍୨୯୨୯) ସ୍କୁଟି ଘର ବାହାରେ ରଖି ଶୋଇଥିଲେ ।ମଧ୍ୟ ରାତ୍ର ପରେ ନିଜ ସ୍କୁଟି ଜଳୁଥିବା ନେଇ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ବାହାରକୁ ଯାଇଥିଲେ ।କିନ୍ତୁ ଗଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା ।ତା ସହ ତାଙ୍କ ଦୋକାନ ଘରର କିଛି ଅଂଶ ଜଳୁଥିବା ଦେଖିବାକୁ ପାଇଥିଲେ ।ସକାଳେ ବେଲଗୁଣ୍ଠା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୪୫୨/୨୦ ରେ ଏକ ମାମଲା ରୁଜ୍ଜୁ କରି ସିସିଟିଭି ଆଧାରରେ ଜଣେ ଯୁବକକୁ ଅଟକ ରଖିଥିବା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ