ଗାଧୋଇ ଯାଇଥିବା ବେଳେ ନାଳରେ ବୁଡି ନାବାଳକର ମୃତ୍ୟୁ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁରେ ଥିବା ଏକ ନାଳକୁ ଗାଧେଇ ଯାଇ ଭାସ୍କର ସାହୁଙ୍କ ନାବାଳକ ପୁଅ ରାହୁଲ କୁମାର ସାହୁ (୧୪) ବୁଡି ଯାଇ ମୃତ୍ୟୁବରଣ ଖବର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରତିଦିନ ଭଳି ସାଙ୍ଗସାଥୀ ହୋଇ ଆମ୍ବ ଖାଲିଆ ନାଳକୁ ରାହୁଲ ଗାଧେଇ ଯାଇଥିଲା। ଅସାବଧାନତାରୁ ଗଭୀର ପାଣିରେ ଗୋଡ଼ ଖସି ଯାଇଥିବାରୁ ଫେରି ପାରି ନଥିଲା। ସାଙ୍ଗ ମାନେ ଘରେ ସୂଚନା ଦେବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରି ନପାଇବାରୁ ସଙ୍ଗେସଙ୍ଗେ ସାରଙ୍ଗଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ପରେ ନାବାଳକ ରାହୁଲକୁ ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। କ.ନୂଆଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥିବା ଜଣାପଡିଛି। ଏପଟେ ଉକ୍ତ ପରିବାର ଅତି ଗରିବ ଶ୍ରେଣୀୟ ହୋଇ ଥିବା ଯୋଗୁଁ ବଜାର ପକ୍ଷରୁ ଶୋକବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରକୁ ଅନ୍ତିମ ସଂସ୍କାରର ସମସ୍ତ ଖର୍ଚ୍ଚ ସହାୟତା ପ୍ରଦାନ କରିଛନ୍ତି । ଏଥି ପ୍ରତିଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇଦେବାପାଇଁ ସାଧାରଣରେ ଦାବି ହୋଉଛି ।


