ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୪ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ଶାନ୍ତି ଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୫ ଘ. ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ସର୍ବ ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଛଥତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ , ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରିଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଦୀପ ପ୍ରଜ୍ଜଳନ ପରେ ବିଶିଷ୍ଟ କଳାକାର ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନା ପଣ୍ଡିତ ହରି ମୋହନ ଶତପଥୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜ୍ ପବିତ୍ର କୋରାନ୍ ଓ ମ୍ରିଣାଲସେନ୍ ଗୁପ୍ତାଙ୍କ ଦ୍ବାରା ପବିତ୍ର ବାଇବେଲ ପାଠ କରାଯାଇଥିଲା ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ଓ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଭାରତୀୟ ମାନେ ଗୋରା ସରକାରଙ୍କ ଦ୍ବାରା ଅତ୍ଯାଚାରିତ, ନିଷ୍ପେଷିତ, ଅବହେଳିତ, ନିର୍ଯାତିତ ହୋଇ ଦୁଃଖ ଯନ୍ତ୍ରଣାରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ବ୍ରିଟିଶ ଶାସନର ଅଧୀନରେ ରହି ଗୋଲାମୀ କରି ଜୀବନ ଅତିବାହିତ କରିବାକୁ ଭାରତୀୟମାନେ କୁଣ୍ଠାବୋଧ ପ୍ରକାଶ କରୁଥିଲେ । ସେହି ସମୟରେ ମହାମାନବ ମହାତ୍ମାଗାନ୍ଧୀ ଭାରତୀୟ ମୁକ୍ତି ଆନ୍ଦୋଳନର ଭଗୀରଥ ସାଜି ଦେଶକୁ ଇଂରେଜ କବଳରୁ ମୁକ୍ତ କରିବାପାଇଁ ସତ୍ୟ, ୍ହିଂସା, ସତ୍ୟାଗ୍ର ଓ ଅସହଯୋଗ ଆନ୍ଦୋଳନ କରି ଦେଶକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ନିଜ ବକ୍ତବ୍ଯରେ ଅହିଂସା ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ବାଧୀନତା ଆଣିଥିଲେ । ଏଣୁ ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବା ସହ ନାରୀର ତ୍ୟାଗ ଶକ୍ତି ଯୋଗୁଁ ମାନବ ସମାଜ ଆଜି ପ୍ରଗତି ପଥରେ ଆଗେଇ ଚାଲିଥିବା ଜଣାଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ କହିଥିଲେଯେ, ଅହିଂସା ଓ ସ୍ବଚ୍ଛତା ହେଉଛି ଦୁଇଟି ମାର୍ଗ । ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ବାଧୀନତା ଆଣିଥିଲେ ଏବଂ ସ୍ବଚ୍ଛତା ମାର୍ଗକୁ ଆପଣାଇଲେ ଆମେ ସୁସ୍ଥ ଓଡିଶା ଗଠନ କରିପାରିବା ବୋଲି ମତ ରଖିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆହ୍ବାନ ଦେଇଥିଲେ ଯେ, ଅହିଂସା ଓ ସତ୍ୟ ମାର୍ଗରେ ଗମନ କରିବା ସହ ସ୍ବଚ୍ଛତା ଉପରେ ଦୃଷ୍ଟି ଦେବାକୁ ଆଜିର ଯୁବ ସମାଜର ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିୁଲେ । ଗାନ୍ଧିଜୀ ଅହିଂସା ମାର୍ଗରେ ଯେଉଁ ସ୍ବାଧୀନତା ଆଣିଛନ୍ତି ତାର ମୂଲ୍ଯ ବୁଝି ନିଜ ଦକ୍ଷତାକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଶ୍ରୀମତୀ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ନିଜ ବକ୍ତବ୍ୟରେ ସତ୍ଯ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର । ଆନ୍ଦୋଳନ ଓ ହିଂସାକୁ ଛାଡି ଅହିଂସା ମାର୍ଗକୁ ଆପଣାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀ ବିଶ୍ବକୁ ମାନବିକତାର ଧର୍ମ ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ୟକଲେ ଦେଶର ପ୍ରଗତି ସୁନିଶ୍ଚିତ ବୋଲି ଶ୍ରୀମତୀ ସ୍ବାଇଁ କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବାପାଇଁ ଆହ୍ବାନ ଦେବା ସହ ଅହିଂସା ଏପରି ଏକ ଅସ୍ତ୍ର ତାହା ସମସ୍ତ ଅସ୍ତ୍ର ଠାରୁ ଶକ୍ତିଶାଳୀ । ଏହି ଶକ୍ତି ଦ୍ବାରା ଗାନ୍ଧିଜୀ ପରାଧୀନ ଭାରତକୁ ମୁକ୍ତ କରିଥିଲେ । ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା । ଜ୍ଞାନରେ ରତ ଭାରତ ଭଳି ଏକ ଭୂଖଣ୍ଡରେ ସତ୍ଯ ଓ ଅହିଂସା ନୀତି ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ । ଏଣୁ ସୁନ୍ଦର ସମାଜ ଗଠନ ପାଇଁ ଅହିଂସା ମାର୍ଗକୁ ସମସ୍ତେ ଆପଣାଇବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଗାନ୍ଧିଙ୍କ ଆଦର୍ଶ ଓ ଶାନ୍ତି ଦୂତ ଶାସ୍ତ୍ରିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ । ପରିଶେଷରେ କଳାବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ଭଜନ ସମାରୋହ ସଙ୍ଗୀତ ବିଚିତ୍ରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, ସମାଜ ସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କର ବହୁମୂଲ୍ଯ ସମୟ ନଷ୍ଟକରି ଯୋଗ ଦେଇଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ