ଗାନ୍ଧିଜୀଙ୍କ ୭୪ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗାନ୍ଧିଜୀଙ୍କ ୭୪ତମ ତିରୋଧାନ ଦିବସ ଅବସରରେ ଗରାପୁରସ୍ଥିତ ଡାକବଙ୍ଗଳା ଛକରେ ଗାନ୍ଧିଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଡାକବଙ୍ଗଳା ଛକ ଏବଂ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ କୋଭିଡ ନିୟମ ଅନୁପାଳନ ପୂର୍ବକ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ପୈାରହିତ୍ୟରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କହିଥିଲେ ଯେ ୧୯୩୪ମସିହାରେ ପଦଯାତ୍ରାରେ ଗାନ୍ଧିଜୀ ଏଠାକୁ ଆସିଥିବା ସ୍ମୃତିକୁ ଉଦଯିବିତ କରି ରଖିବା ପାଇଁ ଏହି ଗାନ୍ଧୀ ଭବନରେ ମହାତ୍ମା ଗାନ୍ଧୀଙ୍କ ସଂଗ୍ରାହାଳୟ ଓ ପାଠାଗାର ସ୍ଥାପନର ବ୍ୟବସ୍ଥା ରହିଛି । ଏହି ଗାନ୍ଧୀ ଭବନକୁ ପୂର୍ତ୍ତ ବିଭାଗ ତୁରନ୍ତ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେସ୍ୱର ବେହେରା ଯୋଗଦେଇ ନୂତନ ପିଢୀ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସଂସ୍କାରିତ ସମାଜ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ସଭାପତି ଭଜକୃଷ୍ଣ ରାଉତ, ଆବାହକ ରାଜେଶ ପଣ୍ଡା, ସଂଗ୍ରାମୀ ସମିତି ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ଦାୟାଦ ସଙ୍ଘ ସମ୍ପାଦକ ପଦ୍ମନାଭ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ଧିରେନ ସାହୁ, ବାସୁଦେବ ଦାସ, କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ମହେନ୍ଦ୍ର ମିଶ୍ର, ପ୍ରମୋଦ ପ୍ରଧାନ, ଯଯାତି କେଶରୀ ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ମାନସ ସାହୁ, ଗୋବର୍ଦ୍ଧନ ମଲିକ, ଲୋହିତ ମହାନ୍ତି, ଶରତ ମଲିକ,ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


