‘ଗାନ୍ଧି ଶାନ୍ତି କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଖଣ୍ଡଗିରିଠାରେ ଗାନ୍ଧି ଶାନ୍ତି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପୁନରୁଦ୍ରେକ କରାଯାଇଛି। ଏହି ଶାନ୍ତି କେନ୍ଦ୍ରରେ ଗାନ୍ଧିଙ୍କ ସ୍ମୃତି, ବିରଳ ସାମଗ୍ରୀ, ଫଟୋ ଏବଂ ବାଣୀକୁ ସ୍ଥାନିତ କରାଯାଇଛି। କେନ୍ଦ୍ର ମଝିରେ ଏକ ଶାନ୍ତି ସ୍ତମ୍ଭ ପ୍ରତିଷ୍ଠା ହୋଇଛି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଗାନ୍ଧିଙ୍କ ଦର୍ଶନକୁ ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ। ଖଣ୍ଡଗିରିଠାରେ ପାଞ୍ଚ ଏକର ଜମିରେ ଏହି ଶାନ୍ତି କେନ୍ଦ୍ର ନିର୍ମିତ ହୋଇଥିବାବେଳେ ଏହା ୨୦୧୩ରୁ ଆରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ