ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଆଜି ବି ଅଛି

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ଗାନ୍ଧିବାଦ ଏବେବି ବଞ୍ôଚଛି । ସତ୍ୟ ଓ ଅହିଂସାର ପୂଜାରୀମାନେ ଏବେବି ତାଙ୍କର ତ୍ୟାଗ ଓ ସେବା ଦ୍ୱାରା ଜନମାନସରେ ନିଜ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ନିକଟରେ ଇହଲୀଳା ସମ୍ବରଣ କରିଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ ତଥା ଭୂଦାନ ଆନ୍ଦୋଳନର ବଳିଷ୍ଠ ସିପାହୀ ଜନାବ ମହମ୍ମଦ ବାଜୀ, ସର୍ବୋଦୟ ନେତ୍ରୀ ସ୍ୱର୍ଗତାଃ ଧୋବେନ୍ଦ୍ରୀ ମହାପାତ୍ର ଓ ଗାନ୍ଧିବାଦୀ ଚିନ୍ତକ ପ୍ରଫେସର ଭାଗବତ ପ୍ରସାଦ ରଥଙ୍କର ସ୍ମୃତି·ରଣ ସଭା ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜୟକିରଣ ଟ୍ରଷ୍ଟ, ବିନୋବା ସେବା ପ୍ରତିଷ୍ଠାନ, ଅକ୍ଷର ଓ ଉକ୍ରଳ ଗାନ୍ଧି ସ୍ମାରକ ନିଧିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଅତିଥି ରୂପେ ଯୋଗଦେଇ ଏହି ତିନିଜଣ ମହାନ୍ ଆତ୍ମାଙ୍କର ତ୍ୟାଗପୂତ ଜୀବନ ବିଷୟରେ କହିବା ସହ ଦେଶରେ ବଢି ·ଲିଥିବା ହିଂସା ଗାନ୍ଧି ବି·ରର ପରିପନ୍ଥୀ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ପ୍ରଫେସର ବୀରେନ୍ଦ୍ର ନାୟକ ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ପ୍ରବେଶ ଗାନ୍ଧିଜୀଙ୍କ ସ୍ୱଦେଶୀ ଓ ସ୍ୱରାଜ ଉପରେ କୁଠାରଘାତ ବୋଲି କହିଥିଲେ । ଆଡ଼ଭୋକେଟ ଗୁୁରୁପ୍ରସାଦ ମହାନ୍ତି ବର୍ତ୍ତମାନ ସମାଜରେ ବଢୁଥିବା ସାମ୍ପ୍ରତଦାୟିକ ଶକ୍ତିି ବିଷୟରେ ଚିନ୍ତା ପ୍ରକଟ କରିବା ସହ ଏହି ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନକୁ ସରକାର ପାଶୋରୀଗଲେ ବୋଲି ଦୃଢତାର ସହ କହିଥିଲେ ଏବଂ ଯୁବପିଢୀଙ୍କୁ ଗାନ୍ଧି ଦର୍ଶନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ବିଶିଷ୍ଟ ମାନବାଧିକାର ପ୍ରବକ୍ତା ତଥା ଗାନ୍ଧି ଗ୍ଲୋବାଲ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋଜ ଜେନା ଏହି ତିନିଜଣଙ୍କୁ ଗରିବଙ୍କ ଦେବଦୂତ କହିବା ସହ ଗାନ୍ଧିଜୀଙ୍କ ସ୍ୱପ୍ନକୁ ବାସ୍ତବିକ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଜୟକିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା ତିନିଜଣ ମହାନ୍ ବ୍ୟକ୍ତିଙ୍କ ବିଷୟରେ ବିସ୍ତୃତ ସୂଚନା ଦେବା ସହ ସମସ୍ତଙ୍କୁ ତାଙ୍କ ଫଟୋଚିତ୍ରରେ ଖଦୀ ସୂତାମାଳ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମାନ ଜଣାଇବାକୁ ନିବେଦନ କରିବା ସହ ଟ୍ରଷ୍ଟର ଅଧ୍ୟକ୍ଷା ଶାଶ୍ୱତୀ ବଳଙ୍କୁ ସଭାପତିତ୍ୱ କରିବାକୁ ଅନୁରୋଧ କରିଥିଲେ । ଅନ୍ୟାନ୍ୟ ବକ୍ତାଙ୍କ ମଧ୍ୟରେ ନିଜ ନିଜ ବକ୍ତବ୍ୟରେ ଡ. ବିଶ୍ୱଜିତ୍ ରାୟ, ଅମୀୟ ପାଣ୍ଡବ, ପ୍ରହଲ୍ଲାଦ ସିଂ, ରଘୁନାଥ ମଣ୍ଡଳ, ଅଶୋକ ଜେନା ପ୍ରମୁଖ ସ୍ମତି·ରଣ କରିବା ସହ ସାମ୍ପ୍ରତିକ ପରସ୍ଥିତିରେ ସର୍ବୋଦୟ ବି·ରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ