ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ ଯୋଗ ଦେଇ ଉପସ୍ଥିତ ଅଭିଭାବ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଭାବ ବିନିମୟ କରିଥଲେ । ସରକାରୀ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟରେ ଜାରି ରହିଥିବା FLN, LEP ଓ LRP ଭଳି କାର୍ଯ୍ୟକ୍ରମ ଗୁଡ଼ିକ ସମ୍ବନ୍ଧୀୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ସ଼୍ବାଗତ ଭାଷଣ ଦେଇଥିଲେ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ । ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତୀ ରେ ଅଭିଭାବକ ମାନଙ୍କ ସହଯୋଗ ସମ୍ପର୍କରେ ବର୍ଣ୍ଣନା କରିଥିବା ସି ଆର୍ ସି ସି ସନ୍ତୋଷ କୁମାର ସାହୁ ଉପସ୍ଥିତ ଅଭିଭାବକ ଙ୍କୁ ବିଦ୍ୟାଳୟ ପ୍ରତି ଆନ୍ତରିକତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ରଞ୍ଜୁଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ନନ୍ଦିନୀ ଶତପଥୀ, ପାର୍ବତୀ ପାତ୍ର, ଶିକ୍ଷକ ସୂର୍ଯ୍ୟ ନାରାୟଣ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ