ଗାରୋଇ ଆଶ୍ରମରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଗାରୋଇ ଆଶ୍ରମରେ ରଥଯାତ୍ରା ପାଇଁ ଆଶ୍ରମ ସଭାଗୃହରେ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଶ୍ରମର ମହନ୍ତ ମହାରାଜ ବାବା ଶ୍ରୀ ଶ୍ରୀ ଦିବ୍ୟଲୋଚନ ଦାସଙ୍କ ପୌରହିତ୍ୟ କରିଥିବା ବେଳେ ବୈଠକରେ ପଣ୍ଡିତ ଅମରେଶ୍ୱର ମିଶ୍ର, ଜଗନ୍ନାଥ ସଂସଦର ସଭାପତି ବେଣୁଧର ମହାନ୍ତି, ସଂପାଦକ ବରିଷ୍ଠ ଆଇନିଜୀବ ଗଣେଶ୍ୱର ରଥ, କାହ୍ନୁ ଚରଣ ମହାନ୍ତି, ପ୍ରବୋଧ ମହାନ୍ତି ପ୍ରମୁଖ ଯୋଗ ଦେଇ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାରେ ସହ ଶେଷ ହେବ ଏହା ଉପରେ ଆଲୋକପାତ କରିଥିଲେ । ରଥଯାତ୍ରାରେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରାଯିବ । ସେହିପରି ବଡଦାଣ୍ଡର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ପାଇଁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନଅ ଦିନ ବ୍ୟାପି ହେବାକୁ ଥିବାରୁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଛି । । ବୈଠକକୁ ପୂର୍ବତନ ଠାକୁର ରାଜା କେଦାର ନାଥ ବିଶ୍ୱାଳ ପରିଚାଳନା କରୁଥିବା ବେଳେ ଶିକ୍ଷକ ରବିନ୍ଦ୍ରନାଥ ସ୍ୱାଇଁ ସହାୟତା କରିଥିଲେ । ଏଥିରେ ପ୍ରମୋଦ ମହାନ୍ତି, ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ନିରଂଜନ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ସଭ୍ୟଗଣ, ରଥଯାତ୍ରା କରବାଡ କମିଟିର ସଦସ୍ୟଙ୍କ ସହିତ ଆଖପାଖ ଗ୍ରାମର ଶତାଧିକ ଶୁଭେଛୁ ଉପସ୍ଥିତ ଥିଲେ । ପରବର୍ତୀ ବୈଠକ ନେତ୍ରୋତ୍ସବ ଦିନ ଚୁଡାନ୍ତ ବୈଠକ କିରବା ନିମନ୍ତେ ଜଗନ୍ନାଥ ସଂସଦର ସଭାପତି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ