ଗାରୋଇ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୨୦୦୮ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନା ପୌରହିତ୍ୟ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କର ଅତୀତ ସ୍ମୃତିକୁ ବଖାଣିବା ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଓøପଚାରିକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାଗତ ଭାଷଣ ଛଳରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ପିଲାମାନଙ୍କୁ ସ୍ୱାଗତ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ପିଲାମାନଙ୍କର ସହଯୋଗ କାମନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ହଟକିଶୋର ବିଶ୍ୱାଳ,ସୁନିଲ କୁମାର ମହାପାତ୍ର, ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଏହି ବିଦ୍ୟାଳୁ ପୁରାତନ ପବିତ୍ର ଗୁରୁକୂଳ ପରମ୍ପରା ଉଜ୍ଜଳ ଦୃଷ୍ଟାନ୍ତ ସୃଷ୍ଟି କରିଣ୍ତି ବୋଲି କହିବା ସହିତ ପିଲାମାନେ ମିଳିମିଶି ସରକାରଙ୍କର ଗଠନ ମୂଳକ ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବୁଲାକି ମଲ୍ଲିକ ମୋ ସ୍କୁଲ ଅଭିଯାନ ପାଇଁ ନଗଦ ୫ ହଜାର ଟଙ୍କା ପ୍ରଦାନ କରିବା ସହିତ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗର ହାତ ବଢାଇବାର ସାମ୍ୁହିକ ନିଷ୍ପତି ଗ୍ରହଣ କରିଥିଲେ । ବିଦ୍ୟାଳୟ କର୍ମଚାରୀ ଦାଶରଥୀ ବିଶ୍ୱାଳ, ନକୁଳ ପାଳ ପ୍ରମୂଖ ଉତ୍ସବକୁ ତତ୍ୱାବଧାନ କରୁଥିବା ବେଳେ ପୁରାତନ ଛାତ୍ରଛାତ୍ରୀମାନେ ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ