ଗାୟତ୍ରୀ ଶକ୍ତି ପୀଠ ର ୩୫ତମ ବାର୍ଷିକ ଉତ୍ସବ
ଗଂଜାମ, (ଯୁଗାବ୍ଦ ନ୍ୟୁଜ୍): ଗାୟତ୍ରୀ ଶକ୍ତି ପୀଠ ର ୩୫ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରମ୍ଭା ସ୍ଥିତ ଗାୟତ୍ରୀ ପୀଠ ସଭା ଗୃହ ଠାରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର , ରମ୍ଭା ଶାଖା ତରଫରୁ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଗାୟତ୍ରୀ ପରିବାର ସମାଜସେବା, ସଂସ୍କୃତି ରକ୍ଷା କ୍ଷେତ୍ରରେ ଉଲ୍ଲେଖ ନିୟ ଅବଦାନ ପାଇଁ ଜନମାନସ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।ଏହି ପୀଠ ର ଉନ୍ନତି ପାଇଁ ମୁଁ ଅଂଶୀଦାର ହୋଇ ସହଯୋଗ କରିବି ।ଆଜିର ସମର୍ଦ୍ଧନା ସେମାନଙ୍କୁ ସମାଜସେବା କରିବାରେ ଉତ୍ସହିତ କରିବ ବୋଲି କହିଥିଲେ । ସଂମ୍ମାନୀତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା, ପୁର୍ବତନ ନଗରପାଳ ବିଜୟ କୁମାର ବିଶ୍ବାଳ, ଗାୟତ୍ରୀ ପରିବାର ଟ୍ରଷ୍ଟି ରାମ ମୂର୍ତ୍ତି ସୁବୁଦ୍ଧି, ପ୍ରମୁଖ ମଞ୍ଚାସିନ ଥିଲେ ।ଶିକ୍ଷା ବିତ ଗୋକୁଳ ଚନ୍ଦ୍ର ନାହାକ ଉତ୍ସବ କୁ ସଂଯୋଜନା କରିଥିବା ବେଳେ ସମାଜସେବୀ ପଞ୍ଚାନନ ଖଟୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତଥା ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ଚକ୍ଷୁ ଶିବିର ଆୟୋଜନ ଓ ସହଯୋଗ କରିଥିବା ସମାଜସେବୀ କାଇଞ୍ଚପୁର ସରପଂଚ ସନ୍ତୋଷ ରେଡି, ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି, ରବିନାରାୟଣ ସେନାପତି, ଶେଷଦେବ ବେହେରା, ଶିକ୍ଷା କ୍ଷେତ୍ରରେ ବଟକୃଷ୍ଣ ତ୍ରିପାଠୀ, ନିରାକାର ତରାଇ, ରଞ୍ଜନ ନହାକ, ଅନୁଷ୍ଠାନ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ, ଜଗନ୍ନାଥ ସଂସ୍କୃତି ପ୍ରଜ୍ଞା ପରିଷଦ , ଶାସ୍ତ୍ରୀଜି ଯୁବପରିଷଦ କୁ ବିଧାୟକ ମାନପତ୍ର, ଉପୋଢ଼କନ ଦେଇ ସମର୍ଦ୍ଧିତ କରିଥିଲେ ।ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ବି ପୁରସ୍କୃତ କରାଯାଇଥିଲା ପ୍ରାରମ୍ଭରେ ବିଧାୟକ ବେହେର ଓ ତାଙ୍କ ସହଧର୍ମରଣୀ ଙ୍କୁ ଗାୟତ୍ରୀ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାକୁ ଉମାକାନ୍ତ ସାହୁ, ଝଡ଼ିଆନହାକ, ରାଧାଙ୍ଗରମ ନ ନାହାକ, ମହେନ୍ଦ୍ର ପ୍ରଧାନ, ରଞ୍ଜନ ମୁଦୁଲି, ବିଦ୍ୟାଭୂଷଣ ନହାକ ,କୁଳଦୀପ ନାହାକ, ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଗତ୫ଦିନ ଧରି ଚକ୍ଷୁ , ସ୍ୱାସ୍ଥ୍ୟ, ଶିବରୀ ଅନୁଷ୍ଠିତ ହୋଇଥିଲା ।ସନ୍ଧ୍ୟା ରେ ଯୁଗସଙ୍ଗୀତ, ଦୀପମହାଯଜ୍ଞ, ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା