ଗିଟାର୍ ବଜାଇବା ସ୍ୱାସ୍ଥ୍ୟକର

ସଂଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ଆମକୁ ଆରାମ ଦେବା ସହ ଫୂର୍ତ୍ତି ଅନୁଭବ କରାଏ । ସଂଗୀତ ଶୁଣିବା ଦ୍ୱାରା ଅନେକ ଗୁଡ଼ିଏ ଶାରୀରିକ ଅସୁସ୍ଥତା ଦୂର ହୋଇଯାଇପାରିବ । ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଦ୍ୱାରା ମାନସିକ ଭାବେ ଆରାମ ମିଳିବା ସହ ଶାରୀରିକ ଅସୁସ୍ଥତାରୁ ମଧ୍ୟ ମୁକ୍ତି ମିଳିଥାଏ । ନୂଆ ପିଢ଼ିର ଯୁବଗୋଷ୍ଠୀ ଗିଟାର୍ ବଜାଇବାକୁ ପସନ୍ଦ କରନ୍ତି । ବିଶେଷଜ୍ଞଙ୍କ ମତରେ ଗିଟାର୍ ବଜାଇବା ହୃଦ୍ରୋଗ ଓ ମସ୍ତିଷ୍କ ପାଇଁ ଲାଭଦାୟକ ।
ସଂଗୀତ ଉପଚାର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏହି କଥାକୁ ଧ୍ୟାନରେ ରଖି ଏକ ଗବେଷଣା ଟିମ୍ ସଂଗୀତ ଅଭ୍ୟାସ ଏବଂ ରକ୍ତଚାପ ସହ ସମ୍ପର୍କକୁ ଅଧ୍ୟୟନ କରିଛନ୍ତି । ଶହେ ମିନିଟ୍ ପର୍ଯ୍ୟନ୍ତ ଗିଟାର୍ ବଜାଉଥିବା ଲୋକଙ୍କର ରକ୍ତଚାପରେ ସୁଧାର ଆସିବା ସହ ହୃତ୍ସ୍ପନ୍ଦନ ହାର ଅନ୍ୟମାନଙ୍କ ତୁଳନାରେ କମ୍ ରହେ ।
ଗିଟାର୍ ବଜାଇବା ମଧ୍ୟ ଏକ ସଂଗୀତ ଉପଚାର । ଏହାକୁ ବଜାଇ ଆପଣ ଦୁଃଶ୍ଚିନ୍ତାରୁ ମୁକ୍ତି ପାଇପାରିବେ । ଯେବେ ବି ଆପଣଙ୍କ ମନ କୌଣସି କାରଣରୁ ଚିନ୍ତିତ ଥିବ ତେବେ ଗିଟାର୍ ବଜାଇଲେ ଶାନ୍ତି ମିଳିବ । ଗିଟାର୍ ବଜାଇବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ ।
କୌଣସି ବାଦ୍ୟଯନ୍ତ୍ର ବଜାଇବା ଆରମ୍ଭ କଲେ ଆପଣ ଧୀରେ ଧୀରେ ସେଥିରେ ନିପୁଣ ହୋଇଯିବେ । ଏହି କାରଣରୁ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଯିବ । ଗିଟାର୍ ବଜାଇଲେ ମଧ୍ୟ ଏପରି ହୁଏ ।
ମାନସିକ ସୁସ୍ଥତା ପାଇଁ ଗିଟାର୍ ବଜାଇବା ଖୁବ୍ ଉପାଦେୟ । ଏହାକୁ ବଜାଇଲେ ଚିନ୍ତା ଏବଂ ବିଚଳିତ ମନୋଭାବ ଦୂରେଇ ଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ