ଗିନିଜ ବିଶ୍ୱ ରେକର୍ଡସ୍ରେ ସ୍ଥାନ ପାଇଲା ପ୍ରୟାଗରାଜ କୁମ୍ଭ ମେଳା ୨୦୧୯

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍):ତିନୋଟି କ୍ଷେତ୍ରରେ ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ ରଙ୍ଗେଇବା କାର୍ଯ୍ୟକ୍ରମ ଏବଂ ସବୁଠୁ ବଡ଼ ପରିମଳ ଏବଂ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା । ଏହି ଉଦ୍ଦେଶ୍ୟରେ ଗିନିଜ ବିଶ୍ୱ ରେକର୍ଡସ୍ର ଏକ ୩ ଜଣିଆ ଦଳ ପ୍ରୟାଗରାଜ ପରିଦର୍ଶନରେ ଆସିଥିଲେ । ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଦଳର ସଦସ୍ୟମାନଙ୍କ ସମ୍ମୁଖରେ କରାଯାଇଥିଲା । ଦଳ ପାଇଁ ଫେବୃଆରୀ ୨୮ରେ ଥରକେ ପାଖାପାଖି ୫୦୩ଟି ସଟଲ ବସ୍ ରାଜପଥରେ ଯାତ୍ରୀ ସେବା ଆରମ୍ଭ କରିଥିଲା । ରଙ୍ଗ କରିବା କାମରେ ବହୁସଂଖ୍ୟକ ଲୋକ ମାର୍ଚ୍ଚ ୧ ତାରିଖରେ ସାମିଲ ହୋଇଥିଲେ । ପ୍ରୟାଗରାଜ କୁମ୍ଭ ପରିସରକୁ ସଫେଇ କରିବାରେ ୧୦ ହଜାର କର୍ମଚାରୀ ନିୟୋଜିତ ରହି ସେମାନଙ୍କ କର୍ତବ୍ୟ ସମ୍ପାଦନ କରିଥିଲେ । ମହାଶିବରାତ୍ରୀରେ କେବଳ ଗୋଟିଏ ମାତ୍ର ସ୍ନାନ ପର୍ବ ବାକି ରହିଛି । କୁମ୍ଭର ୫ଟି ସ୍ନାନ ଉତ୍ସବ ସଫଳତା ପୂର୍ବକ ସମ୍ପାଦିତ ହୋଇଛି । ୨୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ