ଗିରିଗାଁ, ଚାପୁଣ୍ଡିଆ ଓ ସରିଦା ସ୍କୁଲ ଶ୍ରେଣୀଗୃହର ଶିଳାନ୍ୟାଶ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ଗିରିଗାଁ ଶ୍ରୀଧର ନୋଡାଲସ୍କୁଲରେ ନିର୍ମିତ ହେବାକୁ ଥିବା ଶ୍ରେଣୀଗୃହ, ଚାପୁଣ୍ଡିଆର ଭାଗିରଥି ନୋଡାଲ ସ୍କୁଲର ନୁତନ ଶ୍ରେଣୀଗୃହ ଏବଂ ହାବଳେଶ୍ୱର ପଞ୍ଚାୟତ ସରିଦା ଗ୍ରାମରେ ଥିବା ସତ୍ୟନାରାୟଣ ନୋଡାଲ ସ୍କୁଲର ନୁତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗିରିଗାଁ ଓ ଚାପୁଣ୍ଡିଆ ଠାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ସମଣା ସରପଞ୍ଚପତିତପାବନ ନନ୍ଦ, ସମିତିସଭ୍ୟ ବିଦ୍ୟାଧର ସାହା, ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖ ପ୍ରମୁଖ ଯୋଗଦେଇ ଥିଲେ । ଠିକାଦାର ନିରଞ୍ଜନ ମହାପାତ୍ର (ରଞ୍ଜନ), ଜୟନ୍ତ ଦେବତା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସ୍ମିତ ରଞ୍ଜନ ସେନାପତି, ଶ୍ରୀକାନ୍ତ ସେନାପତି ତାପସ କୁମାର ପଣ୍ଡା, ଗୌରାଙ୍ଗ ପାଢ଼ୀ, ଗୌରାଙ୍ଗ ସ୍ୱାଇଁ, ହିମାଶୁଂ ରଞ୍ଜନ ନାୟକ, ରାମ ନନ୍ଦ, ଧୁସାଶନ ବେହେରା, ଅଜୟ ସାହା, ପୁର୍ଣ୍ଣଚନ୍ଦ୍ର ନାୟକ, ଅଭିମନ୍ୟୁ ସାହା, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସରିଦା ସତ୍ୟନାରାୟଣ ନୋଡାଲ ସ୍କୁଲରେ ବିଧାୟକ ଭାଗିରଥି ସେଠୀ ନଡିଆ ଭାଙ୍ଗି ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାବେଳେ ହାବଳେଶ୍ୱର ସରପଞ୍ଚ ଅନୁସୁୟା ହାତୀ, ସମିତିସଭ୍ୟା ତୃପ୍ତୀମୟୀ ନାୟକ, ସ୍କୁଲ ପରିଚାଳନା କମିଟିର ସଭାପତି ଦିଗମ୍ବର ପାତ୍ର, ଶିକ୍ଷାବିତ ନୃସିଂହ ଚରଣ ସେନାପତି, ଶିକ୍ଷକ ରତ୍ନାକର ପାତ୍ର, ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ