ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ନିସଙ୍ଗପୁର ଗ୍ରାମର ନିତ୍ୟାନନ୍ଦ ପଣ୍ଡାଙ୍କ ୯୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ରବିବାର ରାତି ଗୋଟାଏ ବେଳେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ ମିଷ୍ଠଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମତ୍ୟୁଶଯ୍ୟା ନିକଟରେ ପତ୍ନୀ ସୁନାମଣୀ ପଣ୍ଡା, ପୁଅ ଚନ୍ଦ୍ରମଣୀ ପଣ୍ଡା, ଝିଅ ବନଲତା, ପାର୍ବତୀ, ବୀଣାପାଣି, ଭଗବତୀ, ଭଣଜା ଗାନ୍ଧୀ ପଣ୍ଡା, ରବିନ୍ଦ୍ର ପଣ୍ଡା, ଜ୍ୱାଇଁ କୈଳାଶ ପାଣିଗ୍ରାହୀ, ବାୟା କର, ନିଲୁ ମିଶ୍ର, ଗଗନ ଦାଶ, ସୁଜାତା ପଣ୍ଡା, ପ୍ରଭାତୀ ପଣ୍ଡା,ଶଶିକଳା ପଣ୍ଡା, ବ୍ରଜବନ୍ଧୁ ପଣ୍ଡା, ପ୍ରଦୀପ କୁମାର ପଣ୍ଡା ମନୋଜ କୁମାର ମିଶ୍ର, ପ୍ରମୋଦ କୁମାର ପଣ୍ଡା, ବିଶ୍ୱଜିତ ଦାସ, ଦୀପକ କୁମାର ପଣ୍ଡା, ଦିପ୍ତୀରଞ୍ଜନ ପଣ୍ଡା, ମାନସ ପ୍ରୀତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ଭଗବାନ ପଣ୍ଡା, କିଶୋର ଆଚାର୍ଯ୍ୟ, ବାବୁଲା ଆଚାର୍ଯ୍ୟ, ସାରଥି ତ୍ରିପାଠୀ, ରାମଚନ୍ଦ୍ର ପାଢ଼ୀ, ମିହିର କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ସେନାପତି, ଚଗୁଲୁ ଭୋଳ, ମଙ୍ଗୁଳି ଜେନା, ରାମ ଜେନା, ରଥିଆ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରିବାପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ