ଗୁଗୁଲ ଓ ଡୁଡଲରେ ସ୍ଥାନପାଇଲା ସାଧାରଣତନ୍ତ୍ର ଦିବସ
ନୂଆଦିଲ୍ଲୀ- ରବିବାର ସାରଦେଶ ପାଳନ କରିଛି ୭୧ ତମ ସାଧାରଣତନ୍ତ୍ର ଦିବସ ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବାବେ ଳେ ଏଥିରେ ସାମିଲ ହୋଇଛି ଗୁଗୁଲ । ଗୁଗୁଲ ଖାସ୍ ଡୁଡଲ ପ୍ରସ୍ତୁତ କରି ଦେଶର ସମୃଦ୍ଧ ସାଂସ୍କୃତିକ ଧରୋହରକୁ ଦର୍ଶାଇଛି । ଏହି ଡୁଡଲରେ ବିବିଧତାପୂର୍ଣ୍ଣ ଏବଂ ଏକଜୁଟତା ରାଷ୍ଟ୍ରକୁ ଦର୍ଶାଯାଇଛି । ସିଙ୍ଗାପୁରର କଳାକାର ମେରୁ ସେଠଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିବା ଏହି ଡୁଡଲରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି ବିଶ୍ଵ ପ୍ରସିଦ୍ଧ ସ୍ଥଳୀକୁ ନେଇ ଭାରତର ରାଷ୍ଟ୍ରୀୟ ପକ୍ଷୀ, ଶାସ୍ତ୍ରୀୟ କଳା, ବସ୍ତ୍ର ଏବଂ ନୃତ୍ୟକୁ ସମ୍ମିଳିତ କରି ଦେଶର ସମୃଦ୍ଧ ସଂସ୍କୃତିକୁ ଦର୍ଶାଯାଇଛି ।