ଗୁଗୁଲ ସର୍ଚ୍ଚ ପେଜରେ “ଓଡିଆ”ଭାଷା
(ଯୁଗାବ୍ଦ ନ୍ୟୁଜ) ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ ଏଭଳି ସୂଚନା ଦେଇଛି ଗୁଗୁଲ । ଭାରତୀୟ ଭାଷାରେ ଏହାର ସର୍ଚ୍ଚ ଇଂଜିନର ବ୍ୟବହାର ବଢାଇବା ନେଇ ପଦକ୍ଷେପ ନେଇଛି ଗୁଗୁଲ ଏବଂ ଅଧିକରୁ ଅଧିକ ଭାରତୀୟ ଭାଷାକୁ ଏଥିରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଗତବର୍ଷ ତାମିଲ, ତେଲୁଗୁ, ଗୁଜରାଟି, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷାକୁ ସାଲିମ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି ।