ଗୁଡ଼ି ନ ହେଉ କାଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ମକର ପରବ । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଗୁଡ଼ି ଉଡ଼ାକୁ ନେଇ ପରସ୍ପର ମଧ୍ୟରେ ସ୍ୱତନ୍ତ୍ର ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହି ସମୟରେ ଗୁଡ଼ି ଉଡ଼ାଇବାର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଅନେକ ନିରୀହ ଜନସାଧାରଣ ବିପଦର ସମ୍ମୁଖୀନ ହୋଇଥାନ୍ତି । ଗୁୁଡ଼ି ଉଡ଼ାଇବା ବେଳେ ଏଥିରେ ବ୍ୟବହୃତ ମାଞ୍ଜା ସୂତା ବେକରେ ଲାଗି ଅନେକ ବାଇକ୍‌, ସାଇକେଲ୍ ଆରୋହୀ ଓ ପଥଚାରୀମାନେ ପ୍ରାଣ ହରାଇବା ସହ ଆହତ ବି ହୋଇଥାନ୍ତି । ବିଗତ ଦିନରେ ଏନେଇ ଅନେକ ଘଟଣାର ଉଦାହରଣ ବି ରହିଛି । ମାଞ୍ଜା ସୂତା ହେଉଛି ନାଇଲନ୍ ସୂତା ଦେହରେ କାଚଗୁଣ୍ଡ ଓ ଅଠା ଲଗାଇ ପ୍ରସ୍ତୁତ ହେଉଥିବା ସୂତା । ଏହା ଏକ ନୂଆ ବ୍ଲେଡ ଠାରୁ ଅଧିକ ଧାରୁଆ । ଆକାଶରେ ଉଡୁଥିବା ଅନେକ ନିରୀହ ପକ୍ଷୀ ଏହି ମାଞ୍ଜା ସୂତା ସଂସ୍ପର୍ଶରେ ଆସି ପ୍ରାଣ ବି ହରାଇଥାନ୍ତି । ଗୁଡ଼ି ଉଡ଼ା ଯେପରି କାହାପାଇଁ କାଳ ନହେଉ । ଏହାକୁ ଗୁରୁତର ସହ ବିଚାରକୁ ନେଇ ସରକାର ଓ ପ୍ରଶାସନ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବା ସହ ମାଞ୍ଜା ସୂତାର ବିକ୍ରି ଓ ଜରିରେ ପ୍ରସ୍ତୁତ ଗୁଡ଼ିକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିବା ଲାଗି ପରିବେଶବିତ୍ ସୁଶାନ୍ତ ସାହୁ ଦାବୀ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ