ଗୁଣି ଗାରେଡି ସନ୍ଦେହ ରେ ବୃଦ୍ଧଙ୍କୁ ହତ୍ୟା : ଆତ୍ମ ସମର୍ପଣ କଲା ହତ୍ୟାକାରୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ପଞ୍ଚାୟତର ଛେରାଟାଙ୍ଗର ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି l ହତ୍ୟା ପରେ ଆସାମୀ ଠାକୁରମୁଣ୍ଡା ଥାନାକୁ ଆସି ନିଜେ ଆତ୍ମ ସମର୍ପଣ କରିଛି l ପୋଲିସ ମୋକଦ୍ଦମା ରୁଜ୍ଜୁ କରି ଆସାମୀକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି l ଘଟଣାରୁ ପ୍ରକାଶଯେ ହତ୍ୟାକାରୀ ଯୁବକ କାଣ୍ଡେ ଜାମୁଦା (23) ର ବାପା, ମା ପୁର୍ବରୁ ଜ୍ୱରରେ ପୀଡିତ ଥିଲେ l ତେବେ ଗାଁ ରେ କମାର ଶାଳ କରିଥିବା ଶମ୍ଭୁ ଲୋହାର ତା ବାପା, ମାଆ ଙ୍କ ବିରୋଧ ରେ ଗୁଣି ଗାରେଡି କରୁଥିବାରୁ ତାଙ୍କ ବାପା, ମାଆ ଙ୍କ ସବୁବେଳେ ଜ୍ୱର ହେଉଛି l ଶମ୍ଭୁ ଲୋହାର ଗୁଣିଗାରେଡି କରୁଥିବା ଯୋଗୁ ଏପରି ହେଉଥିବା କାଣ୍ଡେ ଧରି ନେଇଥିଲା l 4 ତାରିଖ ସକାଳ ୮ ଟା ବେଳେ ଗୋଟିଏ କୁରାଢ଼ୀ ଧରି କାଣ୍ଡେ ପହଞ୍ଚିଥିଲା ଶମ୍ଭୁ ଲୋହାର ର କମାର ଶାଳରେ l ଶମ୍ଭୁ ଭାବିଥିଲା ଯେ କାଣ୍ଡେ ନିଜ କୁରାଢ଼ୀ ଧାର କରିବାକୁ ଆସୁଛି l ସେ ସମୟରେ ଶମ୍ଭୁ ଖଟରେ ବସି ମୁଢି ଖାଉଥିଲା ଶମ୍ଭୁ ମୁଢି ଖାଉଥିବା ଅବସ୍ଥାରେ ବେକକୁ ଚୋଟ ପକାଇଥିଲା କାଣ୍ଡେ l କୁରାଢ଼ୀ ଚୋଟ ରେ ସେହି ଖଟରେ ହିଁ ପଡି ମୃତ୍ୟୁବରଣ କରିଥିଲା ଶମ୍ଭୁ l ହତ୍ୟାକାଣ୍ଡ ଘଟାଇ ସାରି ସିଧାସଳଖ ଠାକୁରମୁଣ୍ଡା ଥାନା କୁ ଆସି ଆତ୍ମ ସମର୍ପଣ କରିଥିଲା କାଣ୍ଡେ l ଥାନାଧିକାରିଣୀ ପ୍ରେମଦା ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ବ୍ୟବଛେଦ ପାଇଁ କରଞ୍ଜିଆ ପଠାଯାଇଥିବା l ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳ ରେ ଅନୁଧ୍ୟାନ କରିଛି l ଆସାମୀକୁ ଆଜି କୋର୍ଟ ଚାଲାଣ ଥାନାଧିକାରିଣୀ ସୂଚନା ଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଅନ୍ଧବିଶ୍ୱାସ ଯୋଗୁ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଭଳି ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଅନ୍ଧବିଶ୍ୱାସ ବିରୋଧ ରେ ବିଭିନ୍ନ ସାମାଜିକ ସଂଗଠନ, ଏନ.ଜି.ଓ କାର୍ଯ୍ୟ କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ । ସରକାରୀ ସ୍ତରରେ ପ୍ରତ୍ୟେକ ଗ୍ରାମ ରେ ବ୍ୟାପକ ସଚେତନତା ଆବଶ୍ୟକତା ରହିଛି ।