ଅସ୍ତିତ୍ୱ ହରେଇବାକୁ ବସିଲାଣି କୁମ୍ଭୀର ପ୍ରକଳ୍ପ : ପୁନଃରୁଦ୍ଧାର ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ଦାବୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଗୋମୁହାଁ ପ୍ରଜାତିର କୁମ୍ଭୀର ଅତ୍ୟନ୍ତ ବିରଳ ଏହି ପ୍ରଜାତିର କୁମ୍ଭୀର ଭାରତ ରୁ ଲୋପ ପାଇଯିବାର ଅନୁଭବ କରି ତତ୍କାଳୀନ କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳ ରେ ଗୋମୁହାଁ ପ୍ରଜାତିର କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ।ତନ୍ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ଯଶିପୁର ର ରାମତୀର୍ଥ ଅନ୍ୟତମ। ଏଠାରେ ଉଣେଇଶ ଶହ ଆଣଅସି ଗୋମୁହାଁ ପ୍ରଜାତିର କୁମ୍ଭୀର ପ୍ରଜନନ କେନ୍ଦ୍ର ସହିତ ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ରାମତୀର୍ଥ ଟି ଶିମିଳିପାଳ ରୁ ବାହାରିଥିବା ଖଇରି ନଦୀ କୁଳ ରେ ଅବସ୍ଥିତ ପ୍ରାକୃତିକ ପରିବେଶ କୁ ଦୃଷ୍ଟିରେ ରଖି କୁମ୍ଭୀର ପ୍ରଜନନ କେନ୍ଦ୍ର ସହିତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ସ୍ଥାନ ରେଗୋ ମୁହାଁ କୁମ୍ଭୀର ଙ୍କ ଉପରେ ଗବେଷଣା କରାଯାଉଥିଲା । ଏହି ଗୋ ମୁହାଁ ପ୍ରଜାତିର କୁମ୍ଭୀର ମଧୁର ଜଳ ରେ ରହିବାକୁ ପସନ୍ଦ କରନ୍ତି ନଦୀ, ହ୍ରଦ, ବଡ଼ ପୋଖରୀ, ସନ୍ତସନ୍ତିଆ ସ୍ଥାନ ଏମାନେ ବସବାସ କରିବାକୁ ପସନ୍ଦ କରନ୍ତି। ବେଳେବେଳେ ଜଳସେଚନ ପାଇଁ ଉଦ୍ଧିଷ୍ଟ ବନ୍ଧ, କେନାଲ ରେମଧ୍ୟ ଏମାନଙ୍କୁ ଦେଖିବାକୁ ମିଳେ । ଗୋଳିଆ ଜଳ ରେ ଏମାନଙ୍କ ର ରଙ୍ଗ ମିଶିଯାଏ ତେଣୁ ଛପି ରହିଥିବା କୁମ୍ଭୀର ଙ୍କୁ ଚି଼ହ୍ନଟ କରିବା ଅତ୍ୟନ୍ତ କଷ୍ଟକର। ଛପି ରହି ଗୋ ମୁହାଁ କୁମ୍ଭୀର ଶିକାର କରିଥାଏ ମାଛ, ଅନ୍ୟ ସରୀସୃପ, ପକ୍ଷୀ, କିଛି ସ୍ତନ୍ୟପାୟୀ ଜୀବ ଙ୍କୁ ଏହି କୁମ୍ଭୀର ଖାଇଥାଏ ।ଏଠିକାର ପାଣି ପବନ, ପରିବେଶଗୋ ମୁହାଁ କୁମ୍ଭୀର ଙ୍କୁ କୌଣସି ଅସୁବିଧା ହୋଇନଥାଏ। ପ୍ରଥମେ ତାମିଲନାଡୁ କୁମ୍ଭୀର ବ୍ୟାଙ୍କ ରୁ ୨୪ ଟି କୁମ୍ଭୀର ଅଣାଯାଇ ଗବେଷଣା କରାଯାଇଥିଲା । ପରବର୍ତୀ ସମୟ ରେ ୧୯୮0 ମସିହା ରେ ନନ୍ଦନକାନନ ରୁ ୧୨ ଟି କୁମ୍ଭୀର ଶାବକ କୁ ଅଣାଯାଇ ଗବେଷଣା କରାଯାଇଥିଲା। ରାମତୀର୍ଥ ରେ ଭଲଭାବେ ବଢିପାରୁଥିଲେ ଗୋମୁହାଁ ପ୍ରଜାତି ର କୁମ୍ଭୀର ଏଠାରେ ଗବେଷଣା ସହିତ ପ୍ରଯୋଜନ କରାଯାଇଥିଲା । ୧୯୮୪ ମସିହା ରୁ ୧୯୮୭ ମସିହା ମଧ୍ୟରେ ୧୫୧୭ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ଗୋଟିଏ ଗୋମୁହାଁ ମାଈ କୁମ୍ଭୀର ୩0 ରୁ ୪0 ଟି ଅଣ୍ଡା ଦେଇଥାନ୍ତି । ଏହି ଅଣ୍ଡା ର ଲମ୍ବ ୭୫ ମି.ମି ଓସାର ୫0 ମି.ମି ହୋଇଥାଏ । ଏହି କୁମ୍ଭୀର ଫେବୃଆରୀ ଓ ମାର୍ଚ୍ଚ ମଧ୍ୟରେ ଅଣ୍ଡା ଦେଇଥାନ୍ତି ଅଣ୍ଡା ରୁ ଛୁଆ ଫୁଟିବାକୁ ୭0 ରୁ ୯0 ଦିନ ସମୟ ଲାଗିଥାଏ । କୁମ୍ଭୀର ମାନଙ୍କୁ ମାଛ, ଅଣ୍ଡା, ଘୁଷୁରୀ ମାଂସ ଖାଇବାକୁ ଦିଆଯାଇଥାଏ । ମାର୍ଚ୍ଚ ରୁ ସେପ୍ଟେମ୍ବର ସପ୍ତାହ ରେ ୩ ଦିନ ଖାଇବାକୁ ଦିଆ ଯାଉଥିବାବେଳେ ଅକ୍ଟୋବର ରୁ ଫେବୃଆରୀ ସପ୍ତାହ କୁ ୨ ଥର ଖାଇବାକୁ ଦିଆଯାଇଥାଏ । ଏହି କୁମ୍ଭୀର ପ୍ରକଳ୍ପ ରୁ ଶିମିଳିପାଳ ରୁ ବାହାରିଥିବା ବିଭିନ୍ନ ନଦୀ ନାଳ ରେ ପ୍ରାୟ ୭00 ରୁ ଉର୍ଦ୍ଧ କୁମ୍ଭୀର ଙ୍କୁ ଛଡ଼ାଯାଇଛି।
କିଛି କାରଣପାଇଁ କିଛି ବର୍ଷ ହେବ ଏଠାରେ କୁମ୍ଭୀର ଗବେଷଣା ଓ ପ୍ରଯୋଜନ ବନ୍ଦ ରଖାଯାଇଛି । ଯେଉଁଠି ଦିନେ ଶହ ଶହ କୁମ୍ଭୀର ରହୁଥିଲେ ସେଠାରେ ମାତ୍ର ୬ଟି କୁମ୍ଭୀର ଅଛନ୍ତି ସେମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ୨ଟି ମାଈ କୁମ୍ଭୀର ଅଛନ୍ତି । ୨0୨0 ମସିହା କୁମ୍ଭୀର ଗଣନା ଅନୁଯାୟୀ ଶିମିଳିପାଳ ରୁ ବାହାରିଥିବା ଦେଓ ନଦୀ, ଖଇରୀ ଭଣ୍ଡନ ନଦୀ, ବୁଢ଼ାବଳଙ୍ଗ, ଖଡ଼ଖାଇ, ଠୂକାଠୁକି ଏବଂ ରାମତୀର୍ଥ ମିଶି ୮୧ ଟି କୁମ୍ଭୀର ଥିଲେ । ୨0୨୧ କୁମ୍ଭୀର ଗଣନା ଅନୁସାରେ ଦେଓ ନଦୀ, ଖଇରୀ ଭଣ୍ଡନ ନଦୀ, ବୁଢ଼ାବଳଙ୍ଗ, ଖଡ଼ଖାଇ, ଠୂକାଠୁକି ଏବଂ ରାମତୀର୍ଥ ମିଶି ୮୭ ଟି କୁମ୍ଭୀର ଅଛନ୍ତି । ଦିନ ଥିଲା ରାମତୀର୍ଥ କୁମ୍ଭୀର ପ୍ରକଳ୍ପ କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଥିଲା । ଏବେ ଅଳ୍ପ କୁମ୍ଭୀର ଥିବାରୁ ପର୍ଯ୍ୟଟକ ଙ୍କ ସଂଖ୍ୟା କମୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଯାହାର ସିଧାସଳଖ ପଡିଛି ପର୍ଯ୍ୟଟନ ଶିଳ୍ପ ଉପରେ ବିଭିନ୍ନ ଲଜ, ହୋଟେଲ ଦୋକାନ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଛି । କୁମ୍ଭୀର ଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଓ ପ୍ରତିକୂଳ ପରିସ୍ଥିତି ରହୁଥିବାରୁ ଏଠାରେ ପୁନର୍ବାର କୁମ୍ଭୀର ଆଣି ପ୍ରଯୋଜନ କରି କୁମ୍ଭୀର ସଂଖ୍ୟା ବୃଦ୍ଧି କଲେ ପୁନର୍ବାର ଏଠାରେ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କ ସୁଅ ଛୁଟିବ ଏଥିରେ ସନ୍ଦେହ ନାହିଁ।ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ,ବ୍ୟବସାୟୀ ମାନେ ପୁନର୍ବାର ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ରଖିଛନ୍ତି ।


