ଗୁପ୍ତେଶ୍ୱର କୋଲାବ ନଦୀ ପାର୍ଶ୍ୱ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

ଜୟପୁର, (ୱାଇଏନ୍‌ଏସ୍‌) : ଗୁପ୍ତେଶ୍ୱର କୋଲାବ ନଦୀ ପାର୍ଶ୍ୱ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ l ବୈପାରୀଗୁଡା ବିଏସଫ ଓ ପୋଲିସ ମିଳିତ ଅପେରସନରେ ଏକ ବଡ଼ ସଫଳତା ମିଳିଛି l ଗତ କଲି ରାତିରେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ କୋଲାବ ନଦୀ ପାର୍ଶ୍ୱ କେନ୍ଦୁଗୁଡା ଗ୍ରାମ ନିକଟ ଜଙ୍ଗଲରୁ କିଛି ମାଓ ବ୍ୟବହାର ସାମଗ୍ରୀ ଜବତ ହୋଇଛି l ଏହି ସୂଚନା ଆଜି ବୈପାରୀଗୁଡା ବିଏସଏଫ କେମ୍ପରେ ଆୟାଜିତ ଏକ ପ୍ରେସ ମିଟରେ ଜୟପୁର ଏସଡ଼ିପିଓ ବରୁଣ ଗୁଣ୍ତୁପାଲି ପ୍ରକାଶ କରିଛନ୍ତି l 151 ବିଏସଫ କୋମାଣ୍ଡେନ ଅଜୟ କୁମାରଙ୍କ ନେତୃତ୍ୱରେ ଏହି ଅପେରସନ ହୋଇଥିଲା l ଏଥିରେ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀଙ୍କ ପୋଲିସ ଦଳ ମଧ୍ୟ ସାମିଲ ଥିବା ଜଣାପଡିଛି l 151 ବିଏସଫ ଯବାନଙ୍କ ସହ ପୋଲିସ ମିଳିତ ଭାବେ ଏହି ଅପେରସନରେ ସଫଳତାଟି ମାଓବାଦୀଙ୍କ ପାଇଁ ଏକ ସତର୍କ ସୂଚନା ପରି ଜଣା ପଡୁଛି l ଅଗାମି ଦିନରେ ଏହିପରି ମିଳିତ ଅପେରସନ ଜାରି ରହିବବୋଲି ଏସଡିପିଓ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ