ଗୁପ୍ତେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ସାମନ୍ତରାପୁର ଟିମ୍ ଚାମ୍ପିୟନ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଲକ ଏସ.ଟିକରପଡ଼ା ପଞ୍ଚାୟତର ଫାସିବନ୍ଧ ଗ୍ରାମରେ ଗତ ଫେବୃଆରୀ ୧୭ ତାରିଖରୁ ଚାଲିଥିବା ଗୁପ୍ତେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ର ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ କୁଶପଡ଼ା ପଞ୍ଚାୟତ କେ. ସାମନ୍ତରାପୁର ଗ୍ରାମ ର କ୍ରିକେଟ ଟିମ୍ ପ୍ରତିପକ୍ଷ ଭ୍ରମରବରପୁର ପଲ୍ଲୀ ଟିମ୍ କୁ ପରାଜିତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ଆୟୋଜକ କମିଟି କାର୍ଯ୍ୟକର୍ତ୍ତା ମନୋଜ କୁମାର ସାହୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକ୍ ଅଧକ୍ଷ ଶ୍ରୀଯୁକ୍ତ ବିପିନ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଟୁର୍ନାମେଣ୍ଟ ବିଜେତା ଓ ଉପ ବିଜେତା ଉଭୟ ଟିମ୍ କୁ ଟ୍ରଫି ସହ ପୁରସ୍କାର ବିତରଣ କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଉଦୟନାଥ ସ୍ବାଇଁ, ବ୍ଳକ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ,ଗୋକର୍ଣ୍ଣପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଅସିତ କୁମାର ସାହୁ, ଛାତ୍ର ବିଜେଡି ବ୍ଳକ ସଭାପତି ରାଜ କିଶୋର ମହାନ୍ତି,ସମ୍ପାଦକ ବିକ୍ରମ ସିଂ, ଗୋକର୍ଣ୍ଣ ପୁର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତଥିଲେ।


