ଗୁପ୍ତେଶ୍ୱର ମନ୍ଦିର ଭିତରେ ଯୁବକର ଆତ୍ମହତ୍ୟା

ଜୟପୁର , ( ଯୁଗାବ୍ଦ ନ୍ୟୁଜ) : ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଘଟିଛି ଏକ ଅଭାବନିୟ ଘଟଣା । ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିର ଭିତରେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଶିବଲିଙ୍ଗ ଠାରୁ ମାତ୍ର ୫ ପୁଟ ବ୍ୟବଧାନରେ ଏହି ଅଭାବନିୟ କାଣ୍ଡ ଘଟିଛି । ସୁଚନାନୁସାରେ , ମନ୍ଦିରର ଭିତରକୁ ପ୍ରଥମେ ନିତିକାନ୍ତ ପୂଜା ଦାଇତ୍ୱରେ ଥିବା ପୂଜକ ପୂଜା ପାଇଁ ଯାଇଥିବା ବେଳେ ଏହି ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଦେଖି ଚକିତ ହୋଇ ସାଙ୍ଗେ ସାଙ୍ଗେ ମୁଖ୍ୟ ପୂଜକଙ୍କୁ ଖବର ଦେବା ପରେ ସ୍ଥାନୀୟ ରାମଗିରି ଫାଣ୍ଡି ଅଧିକାରୀଙ୍କୁ ଓ ଦେବତର ଦାଇତ୍ୱରେ ଥିବା ଜୟପୁର ତହସିଲଦାରଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ହତ୍ୟା ନା ଆତ୍ନହତ୍ୟା ତାହାକୁ ନେଇ ସନ୍ଦେହ ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ