ଗୁମ୍ମା ପଞ୍ଚାୟତର ୧୭ ବିଜେପି ପରିବାରର ଶତାଧିକ ବ୍ୟକ୍ତି ବିଜେଡିରେ ସାମିଲ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଗାଣ୍ଡାକିଆ ଗ୍ରାମରେ ବିଜେଡିର ଏକ ମହା ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ ଗ୍ରାମର ୩୭ ପରିବାରର ଶତାଧିକ ବ୍ୟକ୍ତି ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ଏଥିରେ ଅତିଥି ଭାବେ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା, ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ତଥା ଆମ ଓଡ଼ିଶା ନବୀନ ଓଡିଶାର ଜିଲା ସଂଯୋଜକ ରାଜୀବ ପାତ୍ର, ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ଓ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ମିଶିଥିବା କର୍ମୀଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହା ପରେ ଏକ ସାଧାରଣ ସଭା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‘ନବୀନ ଓଡ଼ିଶା’ ଅଧକ୍ଷ କାର୍ଷିକ ପାଣ୍ଡିଆନ, ସାଂସଦ ଡ ଅଚ୍ୟୁତ ସାମନ୍ତ, ବିଧାୟକ ଚକ୍ରମଣୀ କହଁର, ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ସଂଯୋଜକ ଶ୍ରୀ ଦାସ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ଶ୍ରୀ ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ ତୁମୁଡିବନ୍ଧବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ହେଉଥିବା ବିକାଶ ଧାରାରେ ସାମିଲ ହେବାକୁ ବିଜେପି ଦଳକୁ ପରିତ୍ୟାଗ କରି ସ୍ୱତଃପୂର୍ତ୍ତ ଭାବେ ବିଜେଡିରେ ସାମିଲ ହୋଇଥିବା ବିଷୟ ନୂତନ କର୍ମୀ ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ