ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଶ୍ୱ ଚକ୍ଷୁ ଦିବସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ଚକ୍ଷୁ ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ସ୍ୱସ୍ଥ୍ୟ କେନ୍ଦ୍ରରର ଡାକ୍ତର ଅନଙ୍ଗ ସୁଦନ ଭୂୟାଁ ଉପସ୍ଥିତ ରହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଚକ୍ଷୁର ମହତ୍ତ୍ୱ ଓ ଯତ୍ନ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରୀ ମମତା ପାଢୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରି ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ଅଧିକାରୀ ଏମ୍‌.ଖଗେଶ୍ୱର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଗାରବାବନ୍ଧ, ବାଘଶଳା ଓ ଲାବଣ୍ୟଗଡ ପ୍ରଭୃତି ସ୍ୱସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଏହି ବିଶ୍ୱ ଚକ୍ଷୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହି ସମ୍ପୃକ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନଙ୍କର ଯଥା ଆୟୁଷ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପାତ୍ର, ଡାକ୍ତର ଲକ୍ଷ୍ମୀ ଦଳେଇ, ଡାକ୍ତର ଜେ.ଅରୁଣା ପ୍ରମୁଖ ନିଜ ନିଜ ସ୍ୱାସ୍ଥ୍ୟ କେନ୍ଦ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଚକ୍ଷୁ ଦିବସ ପାଳନର ତାତ୍ପର୍ଯ୍ୟ ଓ ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ