ଗୁରୁ ଗ୍ରାମରୁ ୧.୨୦ କୋଟି ନକଲି ଟଙ୍କା ଜବତ ,୨ ଗିରଫ
ଗୁରୁଗ୍ରାମ : ହରିଆନା ପୋଲିସ ନକଲି ଟଙ୍କା ୨ ଜଣ ଯୁବକଙ୍କ ଠାରୁ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରୀ ରଖିଛି । ନକଲି ଟଙ୍କା କେଉଁଠାରୁ କେଉଁ ସ୍ଥାନକୁ ପାର୍ସଲ ହେଉଛି ସେ ଉପରେ ଅଧିକ ତଦନ୍ତ ଜାରୀ ରଖିଛି । ପୋଲିସ ୪ ସ୍ଥାନରେ ପଚାରାଉଚାରା କରୁଛି । ଜାଲ ନେ୍ଧଙ୍କ କାରବାରରେ ବ୍ୟବହୃତ ଲାପଟପ ଓ ପ୍ରିଣ୍ଟର ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ବସୀମ ଓ କସିମ । ନେପାଳ ସୀମା ଦେଇ ପାକିସ୍ତାନରୁ ପେପର ଓ କାଳୀ ଆସୁଥିବା ଜଣାପଡିଛି । ଘଟଣା ସଂପର୍କରେ ପ୍ରତିଟି ଟିକନିଖ ଖବର ଏନଆଇଏ ସହ ଆଲୋଚନା କରାଯାଉଛି । ଘଟଣା ପଛରେଥିବା ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ପୋଲିସ ତରଫରୁ ଅଧିକ ତନାଘନା ଜାରୀ ରହିଛି ।