ଗୁରୁ ଭଗବାନ ସାହୁ ଭାଷା,କଳା ଓ ସଂସ୍କୃତିର ଅମୂଲ୍ୟ ସମ୍ପତ୍ତି

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଲଇକେରା, ଝାରସୁଗୁଡ଼ା ତା ୧୯-୦୧-୨୦୨୫ ରେ ସାହିତ୍ୟ ଅନୁଷ୍ଠାନ ନିରଞ୍ଜନା ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଲାଇକେର ବ୍ଲକ ର ଡିଗ୍ରୀ ମହା ବିଦ୍ୟାଳୟ ରେ ପଶ୍ଚିମ ଓଡ଼ିଶା ଭାଷା କଳା ଓ ସଂସ୍କୃତି ର ପ୍ରଚାରକ,ଶବ୍ଦ ନୃତ୍ୟର ପ୍ରଣେତା, ଗୋଟିଏ ଦିନରେ ନୂଆଁଖାଇ ପଛର ମହାନାୟକ, ଲୋକ ମହୋତ୍ସବ ର ଜନକ,କାଳଜୟୀ ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମନ୍ତ୍ର ପାଠ କରିଥିଲେ। ବରିଷ୍ଠ ନାଟ୍ୟକାର ନିର୍ଦେଶକ,ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରୋହିତ ପଟେଲ ଙ୍କ ସଭାପତିତ୍ବରେ ଏବଂ ଅଧ୍ୟାପକ ପ୍ରମୋଦ କୁମାର ସିଂହ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ସନ୍ଦୀପ ଆଚାର୍ଯ୍ୟ ଓ ସମ୍ମାନିତ ରେଣୁକା ଆଚାର୍ଯ୍ୟ ଯୋଗ ଦେଇଥିଲେ। ମୁକ୍ଷ୍ୟ ବକ୍ତା ଲେଖିକା ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଯୋଗଦାନ କରି ପଶ୍ଚିମ ଓଡିଶା ର ଭାଷା କଳା ଓ ସଂସ୍କୃତି ଆଜି ସମଗ୍ର ବିଶ୍ଵରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଠି କରି ପାରିଛି। ଏହା ଗୁରୁ ଭଗବାନ ସାହୁ ଙ୍କ ସାରା ଜୀବନ ତ୍ୟାଗ ଓ ଅବଦାନ ର ଫଳ ଅଟେ ଏଭଳି ଯୁଗ ପୁରୁଷ ଅବହେଳିତ ହେବା ଅତି କ୍ଷୋଭର ବିଷୟ ଏବଂ ଆସନ୍ତା ଦିନରେ ଗୁରୁ ଭଗବାନ ସାହୁ ଙ୍କ ଉପରେ ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହେବା ପାଇଁ ମତାମତ ଦେଇଥିଲେ। ଏହାପରେ ପଶ୍ଚିମ ଓଡ଼ିଶା ର ଭାଷା,କଳା ଓ ସଂସ୍କୃତି ଏବଂ ଗୁରୁ ଭଗବାନ ସାହୁ ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।କବି ପ୍ରେମସାଗର ବେହେରା, ଦିବାକର ନାଏକ, କୁଳମଣି ସାହୁ, ମନୋରଂଜନ କଣ୍ଟା ,ତୁଲେଶ୍ୱର୍ ଭଞ୍ଜ, କବିୟତ୍ରି ବିଷୟା ଗନ୍ଧା ଓ ମୀରା ଭୋଇ ସ୍ବରଚିତ କବିତା ପାଠ କରିଥିଲେ।ଶେଷରେ ଇତିହାସ ଅଧ୍ୟାପକ ପ୍ରମୋଦ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ