ଗୁଲାବର ମୁକାବିଲା ନେଇ ବ୍ଲକର ୨୨୩୪ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ

ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ଦୃଢ ମୁକାବିଲା କରିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ସଜାଗ ରହିଛି, ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ପ୍ରଶାସନ ସଜାଗ ରହିବା ସହ ପ୍ରଭାବିତ ଅଞ୍ଚଳ ଗୁଡିକର ଜନ ସାଧାରଣ ମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ବ୍ଲକ ପକ୍ଷରୁ ବହୁବାର ବୈଠକ କରି ପଞ୍ଚୟତ ପ୍ରତିନିଧି ଓ କର୍ମଚାରୀ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ଼ି ବ୍ଲକ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଲୋକ ମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ସମସ୍ତେ କାର୍ଯ୍ୟ କରିବା ନିମନ୍ତେ ସେ କହିଛନ୍ତି, ଛତ୍ରପୁର ବ୍ଲକର ପ୍ରଭାବିତ ଅଞ୍ଚଳର ୮୨୨ପରିବାରକୁ ଚିନ୍ହଟ କରାଯିବା ସହ ୨୨୩୪ଜଣଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି,ଆଶ୍ରୟ ସ୍ଥଳୀ ଗୁଡିକରେ ପିଇବା ପାଣି ସମେତ ସବୁ ପ୍ରକାର ମୌଳିକ ବ୍ୟବସ୍ତା ଗ୍ରହଣ କରାଯିବା ସାଙ୍ଗେ ସାଙ୍ଗେ ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ବ୍ଲକ ଅଧ୍ୟକ୍ଷ ରେଡ୍ଡୀ ପରାମର୍ଶ ଦେଇଛନ୍ତି, ବୈଠକରେ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିଅର ଦିଗାମ୍ବର ନାୟକ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ ଯୋଗାଣ ଅଧିକାରୀ ଜୟ ରାମ ଲେଙ୍କା, ଛତ୍ରପୁର ବିଇଓ ଅବିନାଶ ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ,ହେଡ଼ କ୍ୱାର୍ଟର ଜେଇ ଚନ୍ଦ୍ର ଶେଖର ଷଡ଼ଙ୍ଗୀ, ପ୍ରଫୁଲ ବେହେରାଙ୍କ ସମେତ ବହୁ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ, ବ୍ଲକର ୭ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି, ବ୍ଲକର ୧୧ଟି ବନ୍ୟା/ବାତ୍ୟା ଆଶ୍ରୟ ସ୍ଥଳୀ ସହ ବେଳେ ପ୍ରଭାବିତ ଅଞ୍ଚଳର ନିକଟବର୍ତ୍ତୀ ସ୍କୁଲ ଗୁଡିକରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ