ମାଗଣା ପ୍ରାଥମିକ ଚିକିତ୍ସା ସେବା କେନ୍ଦ୍ର ଉଦଘାଟିତ

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତ ଡୁଙ୍ଗୁରୀ ଗ୍ରାମରେ ମାଗଣାରେ ଗରିବ ଲୋକମାନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଅଭିମନ୍ୟୁ ମେଡ଼ିସିନ ଏଣ୍ଡ କ୍ଲିନିକ କୁ ଶୁକ୍ରବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାର ଉଦଘାଟିତ ହୋଇଯାଇଛି । ସମାଜସେବୀ ଜଗନ୍ନାଥ ବାଢେଇ ଙ୍କ ଦ୍ୱାରା ସ୍ଥାପିତ ଏହିପରି ମହତ ଜନସେବା କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ସାହୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଉଧଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲିଛାଇ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ, ସ୍ଥାନୀୟ ସରପଞ୍ଚ ମନୋଜ ପ୍ରଧାନ, ସମିତିସଭ୍ଯାଙ୍କ ପ୍ରତିନିଧି ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସରପଞ୍ଚ ପଦ୍ମଚରଣ ସାହୁ, ଓ ପୂର୍ବତନ ସମିତିସଭ୍ଯ ପ୍ରହଲ୍ଲାଦ ପ୍ରଧାନ ଯୋଗୋଦାନ କରିଥିଲେ । ସମାଜସେବୀ ଜଗନ୍ନାଥ ବାଢେଇ ଏହି ଚିକିତ୍ସା କେନ୍ଦ୍ରଟି ତାଙ୍କର ପିତା ସ୍ବର୍ଗତ ଅଭିମନ୍ୟୁ ବାଢେଇଙ୍କ ନାମରେ ନିର୍ମାଣ ପ୍ରତିଷ୍ଠା କରି ଗ୍ରାମର ଡାକ୍ତର ବସନ୍ତ କୁମାର ରଣାଙ୍କ ସହଯୋଗରେ ଲୋକଙ୍କୁ ସେବା ଯୋଗାଇବା ସହ ନିଜକୁ ଜନସେବାରେ ନିୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି।ଏହି ଚିକିତ୍ସା କେନ୍ଦ୍ର ହେବା ଦ୍ୱାରା ଡୁଙ୍ଗୁରୀ ଗ୍ରାମ ସହିତ ଆଖ ପାଖ ଅଚଂଳର ଲୋକମାନେ ଉପକୃତ ହୋଇପାରିବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ପାତ୍ର, ଅଲେଖ ସାହୁ, ହରେକୃଷ୍ଣ ପାତ୍ରଙ୍କ ସମେତ ବହୁସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ