ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଦୁଇ ଦିନିଆ ତାଲିମ୍ ଶିବିର ଉଦଯାପିତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଓଡ଼ିଶା ସରକାରଙ୍କର ଶକ୍ତି ବିଭାଗ ତରଫରୁ ଦୁଇଦିନ ବ୍ୟାପି ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍ (ବାଣିଜ୍ୟିକ ଓ ଆବାସିକ) ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଗୃହ ନିର୍ମାଣ ଓ ଡିଜାଇନ୍ ସମୟରେ କିପରି ଓ କେଉଁ କେଉଁ ବ୍ୟବସ୍ଥା କରାଗଲେ ଶକ୍ତି ସଂରକ୍ଷଣ କରାଯାଇପାରିବ ଶକ୍ତି ସଂରକ୍ଷଣ ବିଲ୍ଡିଂ କୋ   (ଇସିବିସି) ମାଷ୍ଟର ଟ୍ରେନର ରାଣା ପ୍ରତାପ ଓ କୁମାର ବିପ୍ଲବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।ଶକ୍ତି ବିଭାଗ ତରଫରୁ ଇଂ.ଅଶୋକ ନନ୍ଦ ତାଙ୍କ ଟିମ୍ ର ଅନ୍ୟତମ ସଦସ୍ୟ ତାର୍କେଶ ମିଶ୍ର ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଜିଲ୍ଲାର ରାସ୍ତା ଓ କୋଠାବାଡ଼ି, ପି.ଡବ୍ଲୁ.ଡି., ଡି.ଆଇ.ସି., ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଝଳ ପରିଷଦ, ଶକ୍ତି ( ଟିପିଏସ୍ଓଏଲଡି) ଓ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ବିଭାଗର ଯନ୍ତ୍ରୀ ଓ ଆର୍କିଟେକ୍ଟମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଇଂ. ଅଶୋକ ନନ୍ଦ ଏ ନେଇ କୌଣସି ବିଭାଗ ବା ବ୍ୟକ୍ତି ବିଶେଷ ଏ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି ବା କୌଣସି ସହଯୋଗ ଆବଶ୍ୟକ କରନ୍ତି ତେବେ ସେ ସେବା ତଥା ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ