ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବାରବାଟି ପଡ଼ିଆରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଏହି ପ୍ରତିଯୋଗୀତା କୁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ଉପାଧ୍ୟକ୍ଷ ଅନୁସୁୟା ମହାନ୍ତି , ଏନଏସି ଅଧ୍ୟକ୍ଷ ସସ୍ମିତା ସାହୁ ,ନିମାପଡ଼ା ଆଥଲେଟିକ ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶୀନୀ ବ୍ଲକ ଶିକ୍ଷା ଅଧିକାରୀ ଦ୍ଵିତିକାନ୍ତ ପ୍ରଧାନ , ଉପ ନଗରପାଳ ସନ୍ତୋଷ ଦାସ ,ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ନାଥ ମଲ୍ଲିକ ,କାଉନସିଲର ଧନୁର୍ଦ୍ଧର ଦାସ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ର ୩୨ ଟି ପଞ୍ଚାୟତ ର ବିଭିନ୍ନ ସ୍କୁଲ୍ ରୁ ପଞ୍ଚାୟତ ସ୍ତରୀୟ କ୍ରୀଡ଼ାରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ ସ୍ତରକୁ ମନୋନୀତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଆସନ୍ତା ୨୭ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡ଼ାରେ ଭାଗ ନେବେ ।ଖୋ ଖୋ ,କବାଡି ଖେଳରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବା ବେଳେ ଫୁଟବଲ ଖେଳରେ କେବଳ ଛାତ୍ର ମାନେ ଭାଗ ନେଇଥିଲେ। ଏହି ଅବସରରେ ତୁଳସୀପୁର ପଞ୍ଚାୟତ ର ସରପଂଚ ମଞ୍ଜୁଶ୍ରୀ ଭୋଇଙ୍କ ନେତୃତ୍ୱରେ ନିକଟସ୍ଥ ଅମରେଶ୍ୱର ମନ୍ଦିରରୁ ଏକ ମଶାଲ ଜ୍ୟୋତି ଶୋଭାଯାତ୍ରା ବାହାରି ନିମାପଡ଼ା ଦୋଳବେଦୀ ଛକ ଠାରେ ଥିବା ମୋହନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ବାରବାଟି ପଡିଆ ଅଭିମୁଖେ ଯାତ୍ରା କରିଥିଲା ।ସେଠାରେ ମଶାଲ ଶୋଭାଯାତ୍ରା ପହଞ୍ଚିବା ପରେ ଆୟୋଜକଙ୍କ ଦ୍ଵାରା ସ୍ବାଗତ କରାଯାଇଥିଲା । ଏହି ମଶାଲ ଶୋଭାଯାତ୍ରାରେ ଶିକ୍ଷକ ନେତା ତ୍ରିଲୋଚନ କର ,ଅରକ୍ଷିତ ଭୋଇ , ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ସାହୁ ଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ଖେଳ ଶିକ୍ଷକ ରଞ୍ଜିତ କେଶରୀ ନାୟକ ବ୍ଲକ ସ୍ତରୀୟ ଖେଳପ୍ରତିଗୋଗିତା କୁ ପରିଚାଳନା କରିଥିଲେ ।


