ଗୋଆ ବାଚସ୍ପତିଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
କୋଣାର୍କ, (ଗଣେଶ ବେହେରା):ଦୀର୍ଘ ୩ମାସ ପରେ ଗତ ୨ତାରିଖରେ କୋଭିଡ ଗାଇଡଲାଇନ ଅନୁଯାୟୀ ସୂର୍ଯ୍ୟମନ୍ଦିର ଖୋଲିଥିଲା । ଶନିବାର ପୂର୍ବାହ୍ନରେ ଗୋଆ ବାଚସ୍ପତି ରାଜେଶ ପାଟେନକର ଓ ସହଧର୍ମିଣୀଙ୍କ ସହିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ଏଠାରେ ପହଂଚିବା ପରେ ପ୍ରଥମେ ଆଇଓଏଫର ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିିଥିଲେ । ଏଏସଆଇ ବିଭାଗର ଗାଇଡ ମନ୍ଦିର ଇତିହାସ ସଂପର୍କରେ ବାଚସ୍ପତି ଶ୍ରୀପାଟେନକରଙ୍କୁ ଟିକିନିଖି ଭାବେ ବୁଝାଇଥିଲେ । ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ଏଠାରେ ସେ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ରହିଥିଲେ । ଏହି ଗସ୍ତ ସମୟରେ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ସଂରକ୍ଷଣ ଅଧିକାରୀ ନୀରଜ ସିଂ,ଏଏସଆଇ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ତିତ ଥିଲେ । ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା ।